ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି କହିଲେ ‘୨୦୧୯ ମସିହାର ଶେଷ ଅଧିବେଶନ ଆମ ପାଇଁ ସବୁଠୁ ମହତପୂର୍ଣ୍ଣ’

Get real time updates directly on you device, subscribe now.

ନୂଆଦିଲ୍ଲୀ:ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ସାରିଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ​‌୨୦୧୯ ମସିହାର ଏହା ଶେଷ ଅଧିବେଶନ ତେଣୁ ଦେଶବାସୀଙ୍କ ସମସ୍ୟା ଉପରେ ସଂସଦରେ ନିଶ୍ଚିତ ଆଲୋଚନା ହେବ। ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୋଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୯ ମସିହାରେ ଏହା ଶେଷ ଅଧିବେଶନ ଆମ ପାଇଁ ବହୁତ ମହତପୂର୍ଣ୍ଣ। କାହିଁକି ନା ଏହା ରାଜ୍ୟସଭାର ୨୫୦ ତମ ଅଧିବେଶନ। ଏହି ଶୀତକାଳୀନ ଅଧିବେଶନରେ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ କରାଯିବ। ଏଥିସହ ଦେଶର ସମ୍ବିଧାନକୁ ୭୦ ବର୍ଷ ପୂରଣ ହେବ। ସମ୍ବିଧାନ ହେଉଛି ଦେଶର ଏକତା ଓ ଅଖଣ୍ଡତା ରକ୍ଷାକାରୀ। ତେଣୁ ଶେଷ ଅଧିବେଶନ ସମସ୍ତଙ୍କ ପାଇଁ ମହତପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଅଧିବେଶନରେ ସବୁ ଦଳର ନେତାଙ୍କ ସହ ମିଶିବାର ସୁଯୋଗ ତାଙ୍କୁ ମିଳିଥିଲା। ପ୍ରତ୍ୟେକ ପ୍ରସଙ୍ଗ ଉପରେ ଅଲୋଚନା ହୋଇଥିଲା। ସଂସଦରେ ଯୁକ୍ତତର୍କ ହେବା ଉଚିତ୍। ହେଲେ ଠିକ୍‌ ପ୍ରସଙ୍ଗ୍‌ ଉପ​‌ରେ ଆଲୋଚନା ହେବା ଉଚିତ୍‌। ଯାହା ବି ହେଉ ସଂସଦରେ ସବୁ ଦଳର ସାଂସଦଙ୍କ ଉପସ୍ଥିତ ରହିବା ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ଶେଷରେ ସବୁ ଦଳର ସାସଂଦଙ୍କୁ ମୋଦି ଧନ୍ୟବାଦ ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons