ପାଇକମାଲ, (ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପାଇକମାଲ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀ (୨୩ ବର୍ଷ)ଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ପୁଲିସ ମୃତଦେହ ପରୀକ୍ଷା ଓ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଇଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣକୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।
ଗତ ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ଶୌଚ ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ଘରକୁ ଫେରିବାରେ ଯୁବତୀଙ୍କ ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶନିବାର ଏବଂ ରବିବାର ମଧ୍ୟ ଯୁବତୀଙ୍କ ପରିବାର ଲୋକେ ଖୋଜାଖୋଜି କରି ତାଙ୍କ ସନ୍ଧାନ ନପାଇବାରୁ ସୋମବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଦିନ ଗାଁ ଲୋକ ଯୁବତୀଙ୍କ ମୃତଦେହ ଜଙ୍ଗଲରେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଗାଁରେ ଏକ ବୈଠକ କରାଯାଇ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।
ବରଗଡ ଏସପି ପଦ୍ମିନୀ ସାହୁ, ଏସଡିପିଓ ପ୍ରଦୀପ ସାହୁ, ପାଇକମାଲ ଆଇଆଇସି ବିଶ୍ୱଜିତ ମନବୋଧ, ବୈଜ୍ଞାନିକ ଦଳ, ଅନୁସନ୍ଧାନୀ କୁକୁର ସହ ପହଞ୍ଚି ତନାଘନା ଚଳାଇଥିଲେ । ଯୁବତୀଙ୍କ ଶରୀରରେ ଥିବା କ୍ଷତ ଓ ପାରିପାଶ୍ୱିର୍କ ସ୍ଥିତିରୁ ଯୁବତୀଙ୍କୁ ବଳାକ୍ରାର କରାଯାଇ ମାରି ଦିଆଯାଇଥିବା ପୁଲିସ ଅନୁମାନ କରୁଛି । ମୃତଦେହ ବ୍ୟବଚ୍ଛେଦ ଓ ପରୀକ୍ଷା ପାଇଁ ପଦ୍ମପୁର ପଠାଯାଇଛି । ପାଇକମାଲ ଥାନାରେ ମାମଲା ରୁଜୁ କରି ସନେ୍ଦହରେ ୩ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।
Comments are closed, but trackbacks and pingbacks are open.