ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ।
ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ।
ଚଳିତ ବର୍ଷ ମୋଟ୍ ୪ଟି ଚନ୍ଦ୍ର ଗ୍ରହଣ ଲାଗିବ। ଜାନୁଆରୀ ୧୦ ପରେ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଜୁନ୍ ୫ରେ, ତୃତୀୟ ଗ୍ରହଣ ଜୁଲାଇ ଓ ଚତୁର୍ଥ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ରେ ଲାଗିବ।
ଶୁକ୍ରବାର ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପୂରା ଭାରତରେ ଦେଖାଯିବ। ଏହାଛଡ଼ା ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆର ଅଧିକାଂଶ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିବ।
ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ଆପଣଙ୍କୁ ସେଭଳି କିଛି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ନାହିଁ। କାରଣ ଏହି ଚନ୍ଦ୍ର ଗ୍ରହଣକୁ ଆପଣ ଖାଲି ଆଖିରେ ଦେଖି ପାରିବେ। ଯଦି ଆପଣ ଟେଲିସ୍କୋପ୍ ସାହାଯ୍ୟରେ ଦେଖନ୍ତି ତା’ହେଲେ ଆପଣଙ୍କୁ ଏହା ଅତି ସୁନ୍ଦର ଓ ସ୍ପଷ୍ଟ ଭାବରେ ଦେଖାଯିବ।
ସୂଚନାଥାଉ କି, ଗତବର୍ଷର ଶେଷ ସୂର୍ୟ୍ୟୋପରାଗ ଡିସେମ୍ବର ୨୬ ତାରିଖ ଦିନ ଦେଖିବାକୁ ମିଳିଥିଲା। ଏହି ମହାଜାଗତିକ ଦୃଶ୍ୟ ଦେଖିବାପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।
Comments are closed, but trackbacks and pingbacks are open.