ବାସୁଦେବପୁର,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁ ପ୍ରବାସୀଙ୍କୁ ଯାତନା ସୀମା ଟପିଛି । ସ୍ୱାମୀ ବଞ୍ଚି ଥାଉ ଥାଉ ବେକରୁ ମଙ୍ଗଳସୂତ୍ରର ଖୋଲି ବିକି ଦେଲା ସ୍ତ୍ରୀ । ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବା ବେଳେ ହେଲ୍ପଲାଇନକୁ ଫୋନ କରି ମଧ୍ୟ କିଛି ସାହାଯ୍ୟ ମିଳି ନଥିଲା । ଶେଷରେ ଏକ ସାଇକେଲ କିଣି ସୁଦୂର ବାଙ୍ଗାଲୋରରୁ ଓଡ଼ିଶା ଫେରିବାକୁ ସ୍ଥିର କରି ନିଜ ମଙ୍ଗଳସୂତ୍ର ବିକି ଦେଇଥିବା କୋହଭରା କଣ୍ଠରେ କହିଛନ୍ତି ପ୍ରବାସୀ ମହିଳା ଜଣକ । ଏପରି କାହାଣୀ ଦେଖିବାକୁମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁରେ । ଅଲବଗା ଗାଁ ଚନ୍ଦନ ଜେନା ବାଙ୍ଗାଲୋରରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ । ଦୁର୍ଗା ପୂଜାଠୁ ନିଜ ସ୍ତ୍ରୀଙ୍କ ସହ ସେଠାକୁ ଯାଇଥିବା ବେଳେ ଦୁଃଖେସୁଖେ ଚଳିଯାଉଥିଲେ । କିନ୍ତୁ ଲକ୍ଡାଉନ୍ରେ କାମ ଚାଲିଥିବା ପରେ ସେଠାରୁ ଫେରି ପାରୁନଥିଲେ । ପାଖରୁ ଟଙ୍କା ସରି ସରି ଆସୁଥିବା ବେଳେ ଆରମ୍ଭ ହୋଇଗଲା । ସମସ୍ୟା । ମାଲିକ ବି ଆଉ ଟଙ୍କା ଦେବାକୁ ଧରାଛୁଆଁ ଦେଲାନି । ହେଲ୍ପଲାଇନ୍କୁ ବାରମ୍ବାର ଫୋନ୍ କରିବା ପରେ ବି କିଛି ସହାୟତା ମିଳିଲାନି । ଶେଷରେ ଗାଁକୁ ଫେରିବା ପାଇଁ ସ୍ଥିର କରି ଚନ୍ଦନ ନିଜ ସ୍ତ୍ରୀଙ୍କ ମଙ୍ଗଳସୂତ୍ରରୁ ୧୫ ହଜାର ଟଙ୍କାରେ ବିକି ଦେଇଥିଲେ । ସେଥିରୁ ୧୦ ହଜାର ଟଙ୍କାରେ ୨ଟି ସାଇକେଲ କିଣିଥିଲେ । ଗୋଟିଏରେ ଚନ୍ଦନ ସ୍ତ୍ରୀଙ୍କ ସହ ଆସିଥିବା ବେଳେଅନ୍ୟ ଏକ ସାଇକେଲରେ ତାଙ୍କର ଜଣେ ସମ୍ପର୍କୀୟ ଆସିଥବଲେ । ବାଟରେ ବହୁ ଘାତ, ପ୍ରତିଘାତ ସହି ଖରା ବର୍ଷାରେ ଜଙ୍ଗଲ, ପାହାଡ଼ ଅତିକ୍ରମ କରି ସାଇକେଲରେ ସ୍ତ୍ରୀକୁ ବସାଇ ବାଙ୍ଗାଲୋରରୁ ଆସି ଶେଷରେ ଭିଟାମାଟିରେ ପହଞ୍ଚି ପାରିଥିବାରୁ ଖବୁ୍ ଖୁସି ଥିବା କହିଛନ୍ତି ଚନ୍ଦନ । ହେଲେ ହେଲ୍ପ ଲାଇନ୍କୁ ଫୋନ୍ କରି ନାମ ପଞ୍ଜୀକରଣ କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.