ଶୂନ୍ୟକାଳରେ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିରୋଧୀଙ୍କ ହଙ୍ଗାମା, ଗୃହରେ ମନ୍ତ୍ରୀ ଓ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

Get real time updates directly on you device, subscribe now.

ଭୁବନେଶ୍ବର: ବିଧାନସଭାର ଗୃହକାର୍ୟ୍ୟ ସମୟରେ ମନ୍ତ୍ରୀମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଅନୁପସ୍ଥିତିକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ପୋଡିୟମ୍ ସାମ୍ନାକୁ ଆସି ହୋହଲ୍ଲା କରିଥିଲେ । ହୋହଲ୍ଲା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି ଗୃହକୁ ଆସିଥିଲେ । ଏହାପରେ ଜଣଙ୍କ ପରେ ଜଣେ ଆସିଥିଲେ।
ଫଳରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବାଚସ୍ପତି କହିଥିଲେ ଯେ, ଗୃହ ଚାଲୁଥିବା ସମୟରେ କିଛି ମନ୍ତ୍ରୀ ଉପସ୍ଥିତ ରହିବା ଦରକାର । ସରକାରୀ ଦଳ ମୁଖ୍ୟ ସଚେତକ ଏ ଦାୟିତ୍ବ ନିଅନ୍ତୁ ବୋଲି ବାଚସ୍ପତି କହିଥିଲେ । କଂଗ୍ରେସ ଓ ବିଜେପି ବିଧାୟକ ଠିକ୍ କହୁଛନ୍ତି । ଗୃହ କାର୍ୟ୍ୟ ଚାଲୁଥିବା ବେଳେ କିଛି ମନ୍ତ୍ରୀ ଉପସ୍ଥିତ ରହିବାକୁ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଲେ। ତେବେ ବାଚସ୍ପତିଙ୍କ ରୁଲିଂ ପରେ ଗୃହକୁ ଆସିଥିଲେ ୪ ମନ୍ତ୍ରୀ ଓ ଶାସକ ଦଳର ଅନେକ ବିଧାୟକ ।
ସୂଚନାଯୋଗ୍ୟ ଯେ, ଗତକାଲି ଗୃହରେ ଧାନ କିଣା ଉପରେ ମୁଲତବୀ ଆଲୋଚନା ଚାଲିଥିଲା ସମୟରେ ଶାସକ ଦଳ ଖୁବ୍ କମ୍ ସଦସ୍ୟ ଗୃହରେ ଉପସ୍ଥିତ ଥିଲେ। ଯାହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ପ୍ରସଙ୍ଗ ଉଠାଇଥିଲେ। ନରସିଂହ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଗୃହରେ ରହିବା ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ । ଶାସକ ଦଳର ମାତ୍ର ୧୬ ଜଣ ସଦସ୍ୟ ଗୃହରେ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons