ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୁଣ୍ଡିଚା ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରାଗଲା । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶାବଳୀକୁ ଅନୁଯାୟୀ ପୂରା ଶୃଙ୍ଖଳିତ ଭାବେ ସବୁ ନୀତିକାନ୍ତି ହେଲା । ଏଥିପାଇଁ ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ ଓ ପୁରୀବାସୀଙ୍କୁ ଧନ୍ୟବାଦ । ବାହୁଡ଼ା ଯାତ୍ରା ନେଇ ଅନୁÂିତ ସମୀକ୍ଷା ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଓ ସୁନାବେଶ ନୀତିକୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଯୋଗେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ କାର୍ଯ୍ୟକ୍ରମର ସୁପରିଚାଳନା ବିଷୟରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଓ ସୁନାବେଶ ସମୟରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ବାହୁଡ଼ା, ସୁନାବେଶ ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିଙ୍କୁ ଠିକ୍ ସମୟରେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କେବଳ କୋଭିଡ୍ ନେଗେଟିଭ୍ ଥିବା ସେବାୟତଙ୍କୁ ନେଇ ନୀତି ସମ୍ପାଦନ କରିବାକୁ ସେ କହିଛନ୍ତି । ଏହାସହ ପୁରୀ ସହରରେ କୋଭିଡ୍ ସଚେତନତା ଓ ସର୍ଭେ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ କାର୍ଯ୍ୟକ୍ରମକୁ ଭକ୍ତମାନେ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧାପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ସାରା ବିଶ୍ୱର ନଜର ଆମ ଉପରେ ରହିଛି । ତେଣୁ କୋଭିଡ୍ ୧୯ ନିଦେ୍ର୍ଧଶାଳବୀ ଓ ଲକଡାଉନର ନିୟମାବଳୀକୁ ଠିକ୍ ଭାବେ ପାଳନ କରିବା ପାଇଁ ସର୍ବୋତ୍ତମ ଉଦ୍ୟମ ଜାରି ରଖିବା ଆବଶ୍ୟକ ।
ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ମହାନିଦେ୍ର୍ଧଶକ ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. କ୍ରିଷ୍ଣନ କୁମାର ରଥଯାତ୍ରାର ସଫଳ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଆଲୋଚନାରେ ରଥଯାତ୍ରା ପାଇଁ ପୁରୀ ଦାୟିତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.