ଶ୍ମଶାନ ଜମି ଜବରଦଖଲ,ଏସ୍ପିଙ୍କୁ ଭେଟିଲେ ଗ୍ରାମବାସୀ

Get real time updates directly on you device, subscribe now.

ରମ୍ଭା,(ବି.ବି.ନୁ୍ୟଜ୍): ଗଞ୍ଜାମ ତହସିଲ ଅନ୍ତର୍ଗତ ଏଚ. ବୁରୁଡ଼ି ରାଜସ୍ୱ ସର୍କଲ ବାଦପଲ୍ଲୀ ଗ୍ରାମ ନିକଟରେ ଥିବା ଝାଉଁବଣ ତଥା ଗ୍ରାମ୍ୟ ଜଙ୍ଗଲ ଜମି ଉପରୁ ଜବରଦଖଲ ଓ ଗୃହ ନିର୍ମାଣ ଉଚ୍ଛେଦ କରିବା ଦାବିରେ ଗତକାଲି ରମ୍ଭା ଥାନା ଘେରାଉ କରିଥିଲେ ବାଦପଲ୍ଲୀ ଗ୍ରାମର ହରିଜନ ସମ୍ପ୍ରଦାୟ । ଆଜି ଗଞ୍ଜାମ ଜିଲ୍ଲା ଦଳିତ ସଂଘର ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ କିଛି ଗ୍ରାମବାସୀ ଆରକ୍ଷୀ ବ୍ରିଜେଶ କୁମାର ରାୟଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ଜବରଦଖଲ ହୋଇଥିବା ଗ୍ରାମ୍ୟ ଜଙ୍ଗଲକୁ ହରିଜନ ସମ୍ପ୍ରଦାୟ ଶ୍ମଶାନ ରୂପେ ବ୍ୟବହାର କରୁଥିବା କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ହରିଜନ ସମ୍ପ୍ରଦାୟର ଶ୍ମଶାନ ସ୍ଥଳକୁ ଜବରଦଖଊ ମୁକ୍ତ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons