
ଛତ୍ରପୁର,(ବି.ବି.ନୁ୍ୟଜ): ଛତ୍ରପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶଙ୍କ କରୋନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ମୃତୁ୍ୟ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ମରଶରୀର ଛତ୍ରପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିନେ୍ଧ ଽତ୍ତାତ୍ରୟ ଭାଉସାହେବ, ପୂର୍ତ୍ତ ବିଭାଗ ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀ ଭରତ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଜଣେ ଽକ୍ଷ କରୋନା ଯୋଦ୍ଧାଙ୍କୁ ହରାଇଲା ବୋଲି କହିଥିଲେ ଜିଲ୍ଲାପାଳ । ଛତ୍ରପୁର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା ।
ତାଙ୍କ ମୃତୁ୍ୟରେ ବିଧାୟକ ସୁବାସ ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏଏସ୍ପି ଠାକୁର ପ୍ରସାଽ ପାତ୍ର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସୁଽାମ ଚରଣ ମଣ୍ଡଳ, ଡିଏସ୍ପି (ଡିଆଇବି) ଅଜୟ ମିଶ୍ର, ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିନୋଽ ଚନ୍ଦ୍ର ପାଢ଼ୀ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଜ୍ୟୋତିଶଙ୍କର ରାୟ, ରାମଚଣ୍ଡୀ ଉନ୍ନୟନ କମିଟି କର୍ମକର୍ତ୍ତା କମଳ ପଣ୍ଡା, ପୂର୍ବତନ କାଉନ୍ସିଲର୍ ବି.ରାଜିବାବୁ, ବାମପନ୍ଥୀ ନେତା ଜନାର୍ଦ୍ଧନ ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।


Comments are closed, but trackbacks and pingbacks are open.