ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଆଜି ପ୍ରବାସୀ ଶ୍ରମିକଙ୍କୁ ମକର ଭେଟି ଦେଇଛନ୍ତି । ଏମାନଙ୍କ ସୁରକ୍ଷା ଓ ସହାୟତା ପାଇଁ କର୍ପସ ପାଣ୍ଠି ଗଢ଼ି ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଚିହ୍ନଟ ୧୧ଟି ଦାଦନବହୁଳ ଜିଲ୍ଲାରେ ଏଥର ଶ୍ରମିକମାନେ ଦିନକୁ ବର୍ଦ୍ଧିତ ପାରିଶ୍ରମିକ ୨୮୬.୩୦ ଟଙ୍କା ପାଇବେ । ମନରେଗା ଯୋଜନାରେ ବାର୍ଷିକ ୧୦୦ ଦିନ ବଦଳରେ ୨୦୦ ଦିନ କାମ କରିବେ । ଏହାଛଡ଼ା ସାମାଜିକ ସୁରକ୍ଷା ବିନା ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ‘ଇ-ଶ୍ରମିକ ସମାଧାନ’ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଜୟଦେବ ଭବନରେ ଅନୁÂିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କ ଉଦେ୍ଧଶ୍ୟରେ ନବୀନ କହିଛନ୍ତି, ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି । ରାଷ୍ଟ୍ର ନିର୍ମାଣରେ ଏମାନଙ୍କ ବହୁତ ଅବଦାନ ଅଛି । ଲୋକଙ୍କୁ ନିଜ ଅଞ୍ଚଳରେ ନିଜ ଗାଁରେ କାମ ଦେବା ଆମ ସରକାରଙ୍କ ଲକ୍ଷ୍ୟ । ନିର୍ମାଣ ଶ୍ରମିକଙ୍କ ପାଇଁ ଅନେକ ହିତକର ଯୋଜନା କାର୍ଯ୍ୟକାରୀ ହୋଇଛି । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଆଜିଠୁ ‘ଇ-ଶ୍ରମିକ’ ବ୍ୟବସ୍ଥା ଆରମ୍ଭ ହେଲା । ରାଜ୍ୟର ୧୧ଟି ପ୍ରବାସୀ ପ୍ରବଣ ଜିଲ୍ଲାରେ ଏନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ସରିଛି । ରାଜ୍ୟସ୍ତରୀୟ କର୍ପସ ପାଣ୍ଠି ଗଢ଼ି ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି । ରାଜ୍ୟ ବାହାରେ ଭୋଗୁଥିବା ଅନୁଚିତ ଦୁର୍ଦ୍ଧଶାରୁ ମୁକ୍ତି ପାଇଁ ଏହି ଅତିରିକ୍ତ ଆର୍ଥିକ ଭାର ବହନ କରାଯିବାକୁ ସ୍ଥିର ହୋଇଛି ।
ସ୍ୱତନ୍ତ୍ର ପ୍ୟାକେଜ୍ରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ୨୦ଟି ଚିହ୍ନଟ ବ୍ଲକରେ ପ୍ରଥମେ ପାଇଲଟିଂ ଭାବେ ସୁରକ୍ଷା ଓ ସହାୟତା ଯୋଗାଇ ଦିଆଯିବ । ଏହି ବ୍ଲକଗୁଡିÿକର ପ୍ରତି ଗ୍ରାମୀଣ ପରିବାର ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟ ଦିବସ ବଢ଼ାଯାଇଛି । ଅଣକୁଶଳୀ ଶ୍ରମିକଙ୍କୁ ୧୦୦ ଦିନ ବଦଳରେ ଏବେ ୨୦୦ ଦିନର କାର୍ଯ୍ୟ ମିଳିବ । ଏହାଛଡ଼ା ଶ୍ରମିକ ଦୈନିକ ମଜୁରୀକୁ ୧୮୮ ଟଙ୍କାରୁ ୨୮୬.୩୦ ଟଙ୍କାକୁ ବଢ଼ାଯାଇଛି । ସବୁ ପଞ୍ଚାୟତକୁ ଜୀବିକା ମିଶନର ‘ସଘନ ପଞ୍ଚାୟତ’ ଭାବେ ଗ୍ରହଣ କରାଯାଇଛି । ସବୁ ପରିବାରର ମହିଳା ସଦସ୍ୟଙ୍କୁ ସ୍ୱୟଂ ସହାୟିକା ଗୋÂୀରେ ସାମିଲ କରାଯିବ । ଗୋÂୀ ସଦସ୍ୟାଙ୍କୁ ବୀମା ଯୋଗାଇବା ସହ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ‘ବ୍ୟାଙ୍କ ମିତ୍ର’ ଭାବେ ନିଯୁକ୍ତି ଦିଆଯିବ । ଆଗକୁ ଏହି ବ୍ୟବସ୍ଥା ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଖୋର୍ଦ୍ଧା ଆଦି ଦାଦନବହୁଳ ଜିଲ୍ଲା ଲାଗୁ କରାଯିବ ।
‘ଇ-ଶ୍ରମିକ ସମାଧାନ’ ବ୍ୟବସ୍ଥା ଯୋଗେ ପ୍ରବାସୀ ଶ୍ରମିକଙ୍କ ଅଭିଯୋଗ ଗ୍ରହଣ କରାଯିବ । ଏନେଇ ବିନା ଦେୟରେ ୨୪ଘଣ୍ଟିଆ ସହାୟତା ହେଲ୍ପ ଲାଇନ୍ ନମ୍ବର (୧୮୦୦୨୪୫୬୭୦୩) ଜାରି ହୋଇଛି । ବର୍ତ୍ତମାନ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀରେ ଏହି ହେଲ୍ପ ଡେକ୍ସ ଖୋଲାଯାଇଛି । ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଭଳି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଖୁବ୍ଶୀଘ୍ର ଏହି ବ୍ୟବସ୍ଥାରେ ସହାୟତା ମିଳିବ । ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ଚିହ୍ନଟ ବ୍ଲକଗୁଡିÿକର ପ୍ରତି ପଞ୍ଚାୟତରେ ‘ଶ୍ରମିକ ମିତ୍ର’ ନିଯୁକ୍ତି ମିଳିବ ।
ଓଡିÿଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ କହିଥିଲେ, ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ପାଲଟିଛି । ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ସ୍ୱତନ୍ତ୍ର ପ୍ୟାକେଜ ପାଇଁ ୪୭୭ଟି ପଞ୍ଚାୟତକୁ ଚିହ୍ନଟ କରାଯାଇଛି । ୧୮ରୁ ୩୫ ବର୍ଷ ମଧ୍ୟରେ ଯୋଗ୍ୟ ଯୁବକଯୁବତୀଙ୍କୁ ଧନ୍ଦାମୂଳକ ଓ ନିଯୁକ୍ତିଭିତ୍ତିକ ତାଲିମ୍ ‘ଓରମାସ୍’ ମାଧ୍ୟମରେ ଦିଆଯାଉଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ଓ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଶ୍ରମିକଙ୍କ ପାଇଁ ନିଆଯାଇଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡିକେ ସିଂ, ଆଇଏଏସ୍ ଶ୍ରମ ଆୟୁକ୍ତ ଡ. ଏନ୍ ଥିରୁମାଲା ନାୟକ, ଆଇଏଏସ୍ ଓ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.