ଶ୍ରମିକ ଟ୍ରେନରେ ପୁଣି ପିଲାଜନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୁଣି ଜଣେ ମହିଳା ପିଲା ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ନବଜାତକ ସୁସ୍ଥ ଥିବା ରେଳପଥ ପକ୍ଷରୁ ରବିବାର ସ୍ପଷ୍ଟ କରାଯାଇଛି । ଗର୍ଭବତୀ ମହିଳା ଜଣକ ଶ୍ରମିକ ଟ୍ରେନରେ କିଛି ବାଟ ଯିବା ପରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ରେଳପଥ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା କରାଯାଇଥିଲା । ରେଳପଥ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ମହିଳା ଜଣକ ଗୁଜରାଟର ସୁରଟରୁ ବିହାର ନୱାଡ଼ା ଯାଉଥିଲେ । ପାଟନାଠାରୁ ଏହା ପ୍ରାୟ ୧୦୦ କିଲୋମିଟର ଦୂର ହେବ । ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ବଢ଼ିବାରୁ ଟ୍ରେନଟି ଆଗ୍ରାରେ ଅଟକିଥିଲା । ସେଠାରେ ଡ. ପୁଲକିତା ଟ୍ରେନ ମଧ୍ୟରେ ପ୍ରବେଶ କରି ପିଲା ଜନ୍ମ ପାଇଁ ବ୍ୟବସ୍ଥା କରିଥିଲେ । ରେଳପଥ ମାଆ ଓ ନବଜାତକର ଏକ ଫଟୋ ସହ ଟ୍ୱିଟ୍ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons