ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଆସି ସାରିଲାଣି । ଆଉ ଏଥିରେ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ପ୍ରବାସୀ ଓଡ଼ିଆ ଫେରିଲେଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟଣ୍ଟ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପ୍ରବାସୀ ଫେରନ୍ତାଙ୍କ ଠାରେ କରୋନା ଲକ୍ଷଣ ଅଛି କି ନାହିଁ ଜାଣିବା ପାଇଁ ସ୍କାନିଂ କରାଯାଉଛି । ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏଥିସହ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି । ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ରେ ପହଞ୍ଚôଲାଣି ।
Comments are closed, but trackbacks and pingbacks are open.