ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ପୁଲିସ ଡିଜି

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଧଶକ ଅଭୟ । ସେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୂର୍ବାହ୍ନରେ ପୁରୀରେ ପହଞ୍ଚିବା ପରେ ସିଂହଦ୍ୱାରରେ ଏସ୍ପି ଉମାଶଙ୍କର ଦାଶ ତାଙ୍କୁ ସ୍ୱାଗତ କରିଥିଲେ । ପରେ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବେଢା ବୁଲି ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରି ଫେରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ଓ ଶାନ୍ତି ଲାଗୁଛି ବୋଲି ସେ କହିଛନ୍ତି । ପରେ ସେ ଏସ୍ପିଙ୍କ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ଏସ୍ପି ଶ୍ରୀ ଦାଶଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ସୁରକ୍ଷା, ସହରରେ ଶାନ୍ତି ପ୍ରତିÂା, ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରିଥିବା ଏସ୍ପି ଶ୍ରୀ ଦାଶ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons