ପୁରୀ,(ବି.ବି.ନୁ୍ୟଜ): ବହୁଚର୍ଚ୍ଚିତ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପରିକଳ୍ପନା ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀର ମାନ୍ୟତା ଆଣିଦେବ । ଅବଢ଼ା ଯେଜାନାରେ ଏହି ପରିକଳ୍ପନା କାର୍ଯ୍ୟକାରୀ ହେଉଛି । ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର (ଏସଜେଏଚସି) ଶ୍ରୀମନ୍ଦିର ଚୌହଦିରେ ବିକାଶର ବିଶ୍ୱରେ ଏକ ମାଇଲଖୁଣ୍ଟ ହେବ । ଶ୍ରୀମନ୍ଦିର ମେଘନାଦ ପାଚେରି ଚାରି କଡରେ ୭୫ ମିଟର ଇଲାକାରେ ପ୍ରକଳ୍ପର ବିଭିନ୍ନ ପରିଯୋଜନା ରହିଛି । ଏହି ପରିକଳ୍ପନା ଶ୍ରୀମନ୍ଦିର, ନୀଳଚକ୍ର, ମେଘନାଦ ପାଚେରିକୁ ଅବାଧ ଦର୍ଶନର ସୁଯୋଗ ଦେବ ।
ତା ବ୍ୟତୀତ ପ୍ରକଳ୍ପରେ ଦର୍ଶନାର୍ଥୀଙ୍କୁ ବିବିଧ ସେବା ତଥା ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ହେରିଟେଜ କରିଡରରେ ୯ଟି ପ୍ରସଙ୍ଗ ରହିଛି । କରିଡରରେ ଗୁରୁତ୍ୱପୂର୍ଣ୍ଣ ଅଭ୍ୟର୍ଥନା କେନ୍ଦ୍ରରୁ ଦର୍ଶନାର୍ଥୀଙ୍କୁ ସବୁ ସୁବିଧା ମିଳିବ । ସେହିଭଳି ମନ୍ଦିର ଚୌହଦିରେ ରହିଥିବା ମଠ ଏବଂ ମନ୍ଦିରଗୁଡିକର ସଂରକ୍ଷଣକୁ ୀରିକଳ୍ପନାରେ ଗୁରୁତ୍ୱ ଦିଆଯାଇଛି । ଏହି ପରିକଳ୍ପନାର ଡିଜାଇନକୁ ସୋମବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯାଇଥିଲା । କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଡିଜାଇନକୁ ଅନୁମୋଦନ ମିଳିଥିଲା ।
ବୈଠକରେ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଗଜପତି ମହାରାଜା ସମ୍ବର୍ଦ୍ଧିତ କରିଥିଲେ । ଏହି ମାରାଥାନ ବୈଠକ ସାଢେ଼ ତିନି ଘଣ୍ଟା ଚାଲିଥିଲା । ବୈଠକରେ ସୂଚନା ଦିଆଯାଇଥିଲା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ତିନିଶହ ଗଠନମୂଳକ ପ୍ରସ୍ତାବ ଆସିଥିଲା । ୩ଟି କମିଟି ଐତିହ୍ୟ ପରିକଳ୍ପନାର ସମୀକ୍ଷା କରିଥିଲେ । ସାଂସ୍କୃତିକ କମିଟିର ୮ଟି ବୈଠକ ଅନୁÂିତ ହୋଇଥିଲା । ବୈଠକରେ ପ୍ରସ୍ତାବଗୁଡିକୁ ଉପସ୍ଥାପନ କରାଯାଇଥିଲା । ତା ବ୍ୟତିତ ପ୍ରକଳ୍ପ ଡିଜାଇନ କମିଟି ସମସ୍ତ ଡିଜାଇନର ଟିକିନିଖି ସମୀକ୍ଷା କରିଥିଲା । ସମୀକ୍ଷା କରିବା ପରେ ଚିଠା ଡିଜାଇନ ପ୍ରସ୍ତୁତ ହୋଇଥିଲା ।
ହେରିଟେଜ୍ କରିଡରକୁ ୯ଟି ପରିଧିରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଚାରି ପାଖରେ ସବୁଜିମା ସୃଷ୍ଟି, ଅନ୍ତପରିକ୍ରମା ପଥ, ଲ୍ୟାଣ୍ଡସ୍କେପ୍ ଜୋନ, ବର୍ହି ପ୍ରଦକ୍ଷଣ ପଥ, ସର୍ବସାଧାରଣ ସୁବିଧା ଜୋନ, ଦର୍ଶନାର୍ଥୀ ସେବା ଲେନ, ଜରୁରିକାଳୀନ ଲେନ, ମିଳିତ ଯାନବାହନ ଟ୍ରାଫିକ୍ ଲେନ, ପାଦଚଲା ପାଇଁ ଫୁଟପାଥ୍ ଜୋନ ପରିକଳ୍ପନାରେ ସ୍ଥାନିତ ହୋଇଛି । ହେରିଟେଜ କରିଡରର ୭୫ମିଟର ଭିତରେ ଶ୍ରୀମନ୍ଦିରର ଉତ୍ତର, ଦକ୍ଷିଣ, ପଶ୍ୱିମ ପାଶ୍ୱର୍ରେ ମେଘନାଦ ପାଚେରିକୁ ଲାଗି ୭ମିଟରର ପରିଧିର ସବୁଜ ବଫର ଜୋନ,ଦଶ ମିଟର ପରିଧିର ଠାକୁର ଠାକୁରାଣୀଙ୍କ ପ୍ରଦକ୍ଷଣ ପରିକ୍ରମା ଏବଂ ଶ୍ରୀମନ୍ଦିର ପରିକ୍ରମା ରହିଛି ।
ସବୁଜ ବାଫର ଜୋନକୁ ଲାଗି ୧୪ ମିଟର ପରିଧିର ଲ୍ୟାଣ୍ଡସ୍କେପ୍ ଜୋନ ରହିବ । ଏଥିରେ ବଗିଚା, ମହାପ୍ରଭୁଙ୍କ ଲାଗି ହେଉଥିବା ଗଛର ବନୀକରଣ, ଆଠ ମିଟର ବାହ୍ୟ ପ୍ର୍ରଦକ୍ଷିଣ ମାର୍ଗରେ ଉଭୟ ପାଶ୍ୱର୍ରେ ଦର୍ଶନାର୍ଥୀଙ୍କ ପାଇଁ ଗଛ ଛାଇ ସେବା, ଦଶ ମିଟର ପବ୍ଳିକ ସେବା ଜୋନରେ ବଡ଼ବଡ଼ ଗଛ ଓ ବୃକ୍ଷଲତା ଲଗାଯିବା ଆବାସିକ ରେଷ୍ଟ ରୁମ୍, ପାନୀୟ ଜଳ ସେବା, ଜଳ ଫୁଆରା, ସୁଚନା ଓ ଦାନ କିଓସ୍କୋ ଏବଂ ବିଶ୍ରାମ ପାଇଁ ପାଭିଲିଅନ ରହିବ ।
ସର୍ବସାଧାରଣଙ୍କ ପାଇଁ ପାଞ୍ଚ ମିଟର ପରିଧିର ଯାନବାହାନ ସେବାରେ ଚଳାଚଳ ପଥ, ତତ୍ତ୍ୱାବଧାନ ମାର୍ଗ ରହିବ । ଏହାକୁ ଲାଗି ସାଢେ଼ ଚାରି ମିଟର ପରିଧିର ରାସ୍ତାରେ ଜରୁରିକାଳୀନ ଏବଂ ଅପାତକାଳୀନ ସେବା ପାଇଁ ରାସ୍ତା ରହିବ । ତାକୁ ଲାଗି ସାଢ଼ ସାତ ମିଟର ପରିଧିରେ ଲେନରେ ସହାୟତା ଯାନବାହାନ ଚାଳାଚଳ କରିବ । ଏହି ଲେନରୁ ସାହି ଗଳିକନ୍ଦିକୁ ଯୋଗାଯୋଗ ବ୍ୟବସ୍ଥା ରହିବ । ତାକୁ ଲାଗି ସାତ ମିଟର ପରିଧିରେ ଗଛ ଛାଇ, ସହଜ ପଥଚାରୀ ଯାତାୟାତ ବ୍ୟତୀତ ସେବାୟତ ତଥା ଡୁ୍ୟଟି କର୍ମଚାରୀଙ୍କ ଗାଡି ପାଇଁ ପାର୍କିଂ ସେବାର ବ୍ୟବସ୍ଥା କରାଯିବ ।
ଶ୍ରୀମନ୍ଦିର ପୂର୍ବଦିଗ ଜାଗା ଫାଙ୍କା ରହିବ । ରଥଯାତ୍ରା ଭଳି ଅନ୍ୟ ଉତ୍ସବ ପାଇଁ ଏହି ଜାଗାକୁ ବିନିଯୋଗ କରାଯିବ । ସଂକ୍ଷେପରେ ଶ୍ରୀଜଗନ୍ନାଥ ଐତିହ୍ୟ ପରିକଳ୍ପନାର ୨୦ ଏକର ଜମି ମଧ୍ୟରୁ ୧୮ ଏକରକୁ ସମ୍ପର୍ଣ୍ଣ ବିକାଶ କରାଯିବ । ପରିକଳ୍ପନାର ଦ୍ୱିତୀୟ ଆକର୍ଷଣ ହେଉଛି ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ଜୋନ । ଏହି ଜୋନରେ ଜିନିଷ ଘର, ସୂଚନା ତଥା ଡୋନେସନ କିଓସ୍କୋ, ଆଶ୍ରୟ ପାଭିଲିୟନ, ମହିଳା ଓ ପୁରୁଷଙ୍କ ପାଇଁ ପବ୍ଳିକ ଓ ସେବାୟତ ପରିସ୍ରାଗାର, ପୁଲିସ ସେବା କେନ୍ଦ୍ର, ଏଟିଏମ କିଓସ୍କୋ, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ ସ୍ଥାନିତ ହେବ । ସେହଭିଳ ଶେଷ ଜୋନରେ ମନ୍ଦିର ଚାରିପାଖରେ ରହିଥିବା ମଠ ଓ ମନ୍ଦିର ବିକାଶ କରାଯିବ । କଳିଙ୍ଗ ନିର୍ମାଣ ଶୈଳୀରେ ମଠ ଓ ମନ୍ଦିରର ବିକାଶ ହେବ ବୋଲି ପରିଚାଳନା କମିଟି ବୈଠକକୁ ଅବଗତ କରାଯାଇଥିଲା । ଏହାପରେ ଡିଜାଇନକୁ ଅନୁମୋଦନ ମିଳିଥିଲା ।


Comments are closed, but trackbacks and pingbacks are open.