ପୁରୀ,(ବି.ବି.ନ୍ୟୁଜ୍): ଓଡ଼ିଶା ବିଶ୍ୱର ଆଧ୍ୟାତ୍ମିକ ଜ୍ଞାନପୀଠ । ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ସାଂସ୍କୃତିକ ଦେବତା । ଏଠାରୁ ବିଶ୍ୱକୁ ସାଂସ୍କୃତିକ ଆହ୍ୱାନ ହୋଇଥାଏ । ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୁଏ । ଏଣୁ ଏଠାକାର ପ୍ରତିଟି ବ୍ୟକ୍ତି ସମର୍ପଣ ଭାବରେ ଚିନ୍ତା ଭାବନା ବ୍ୟକ୍ତ କରେ । ଗୌରବିହାର ମଠ ପରିସରରେ ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି । ରାଜ୍ୟପାଳ ଶ୍ରୀ ଲାଲ୍ ଆହୁରି କୁହନ୍ତି ସାଧୁତା, ସ୍ୱଚ୍ଛତା ଓ ନମ୍ରତା ମଣିଷର ମନ ଓ ହୃଦୟକୁ ଅମୃତମୟ କରେ । ସେହି ଅମୃତମୟ ପରିବେଶରୁ ସମାଜକୁ ଶାନ୍ତି, ସମୃଦ୍ଧି ମିଳିଥାଏ । ଗୌରବିହାର ଟ୍ରଷ୍ଟର ସଭାପତି ମହନ୍ତ ସୁବଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶାରଦା ପ୍ରସନ୍ନ ପ୍ରଧାନ ଓ ବିଧାୟିକା ଲତିକା ପ୍ରଧାନ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ । ଗୀତିକାର ବଦ୍ରି ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.