ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଜୀବନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା ଅନୁସାରେ ଯଥାବିଧି ଅନୁÂିତ କରାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସର୍ବୋଚ୍ଚ ଅଦାଲତ କରୋନା ପାଇଁ ମହାପ୍ରଭୁଙ୍କ ଏ ପ୍ରାଚୀନ ପରମ୍ପରା ବନ୍ଦ ରଖିବାକୁ ରାୟ ଶୁଣାଇଛନ୍ତି । ମାତ୍ର ଏହାର ପୁନଃବିଚାର କରିବାକୁ ସମ୍ବିତ୍ ସୁପ୍ରିମକୋର୍ଟରେ ଆଜି ପିଟିସନ ମାଧ୍ୟମରେ ଅନୁରୋଧ କରିଛନ୍ତି । ନିଜେ ଶ୍ରୀ ପାତ୍ର ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ମହାପ୍ରଭୁ ନିଶ୍ଚୟ ସମସ୍ତଙ୍କ ଡାକ ଶୁଣିବେ । କିଛି ବାଟ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଶ୍ରୀକ୍ଷେତ୍ର ଧାମ ହେଉଛି ଅନନ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ରଥଯାତ୍ରାର ନିବିଡ଼ ସଂପର୍କ ରହିଛି । ରଥଯାତ୍ରା କେବଳ ପରମ୍ପରା ନୁହେଁ, ଏହା ପ୍ରତିଟି ଓଡ଼ିଆଙ୍କ ଜୀବନ । ମହାପ୍ରଭୁ ଓଡ଼ିଆଙ୍କ ପ୍ରାଣ । ତେଣୁ ସନାତନ ଧର୍ମର ତଥା ପୁରୀଧାମର ଏ ଅନନ୍ୟ ପରମ୍ପରା ସହ ଭକ୍ତଙ୍କ ଭାବନାକୁ କୋର୍ଟ ବିଚାର କରିବା ନେଇ ସେ ଆଶାବାଦୀ ଅଛନ୍ତି ବୋଲି ସମ୍ବିତ କହିଛନ୍ତି । ଏପରିକି ଏଥିପାଇଁ ସେ ସୋମବାର ଉପବାସ ରଖିବେ । ପୁରୀବାସୀ ମଧ୍ୟ କୋର୍ଟରେ ବିଜୟୀ ହେବାକୁ ଉପବାସ ରଖିବାକୁ ସେ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ଶ୍ରୀ ପାତ୍ର ପୁରୀ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons