ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ: ରାତି ଗୋଟାଏରୁ ପହଣ୍ଡି

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା । ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜୀଉଙ୍କ ସ୍ନା ପୂର୍ଣ୍ଣିମା ନୀତି । କରୋନା କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ନିୟମ ପାଳନ ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ୍ ଫୋର୍ସ । ଆଜି (ଶୁକ୍ରବାର) ରାତି ଗୋଟାଏରୁ ପହଣ୍ଡି ଲାଗିନୀତି ନିର୍ଘଣ୍ଟ ହୋଇଥିବା ବେଳେକାଲି ସକାଳ ସାଢେ଼ ୭ଟାରୁ ସ୍ନାନ ବିଧି ଓ ମଧ୍ୟାହ୍ନ ୧୧ଟାରେ ହେବ ହାତୀବେଶ । ଶ୍ରୀ ଜୀଉଙ୍କ ଅପେକ୍ଷାରେ ସ୍ନାନ ବେଦି । ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ , ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଆଜି (ଶୁକ୍ରବାର) ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ସମ୍ପନ୍ନ ହେବ ପହଣ୍ଡି । ସାଢେ଼ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ସହ କାଳି ସକାଳ ସାଢେ଼ ୭ଟାରୁ ସାଢେ଼ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସମ୍ପନ୍ନ ହେବ । ସାଢେ଼ ୧୦ଟାରେ ଛେରା ପହଁରା ନୀତି ଧାର୍ଯ୍ୟ ହୋଇଛି । ମଧ୍ୟାହ୍ନ ୧୧ଟାରୁ ୧୨ଭିତରେ ସାହାଣମେଲା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ । ତେଣେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତି ସେବାୟତ ବାହୁଟ କଣ୍ଟ ଓ ସେନାପଟା ଲାଗି କରି ସାରିଲେଣି । ସ୍ନାନ ପାଇଁ ସୁନାକୂଅରୁ ୧୦୮ ଗରା ଜଳ ଆସି ଅଧିବାସ ଗୃହରେ ରହିଛନ୍ତି । ପହଣ୍ଡି ବେଳର ଆକର୍ଷଣ ଟାହିଆ ଓ ହାତୀ ବେଶ ଲାଗି ମଧ୍ୟ ସବୁ ସାମଗ୍ରୀ ପ୍ରସ୍ତୁତ ରହିଛି । ତେବେ ଏସବୁ ବେଶ ଓ ଲୀଳା କିନ୍ତୁ ଚକ୍ଷୁରେ ଦେଖିପାରିବେନି ଭକ୍ତ । କେବଳ ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ଆୟୋଜନ କରାଯାଇଥିବା ସିଧାପ୍ରସାରଣକୁ ବିଭିନ୍ନ ଚାନେଲରେଦେଖଇ ସାନିଧ୍ୟ ଲାଭ କରିବେ । ତା ସହିତ ଏଥର ସ୍ନାନ ବେଦିକୁ ଶ୍ରୀଜୀଉଙ୍କ ପହଣ୍ଡି ବେଳର ଲାଇଭ ଦୃଶ୍ୟ ମଧ୍ୟ ଟିଭିରେ ଦେଖଇବାକୁ ମିଳିନପରେ । ସେପଟେ ସ୍ନାନଯାତ୍ରାରେ ସାମାଜିକ ଦୂରତ୍ୱ କଟକଣା ପାଳନ ପାିଁ ପୋଲିସର ବ୍ୟାପକ ପ୍ରସ୍ତୁତି । ଆଜି (ଶୁକ୍ରବାର) ରାତି ୧୦ଟା ପରଠୁ ୧୪୪ ଧାରା ବଳୟରେ ରହିବ । ଶ୍ରୀମନ୍ଦିରର ଚତୁଃପାଶ୍ୱର୍ ସହ ବଡ଼ଦାଣ୍ଡ ସୁରକ୍ଷାରେ ମୁତୟନ ହେବେ ୩୯ ପ୍ଲାଟୁନ୍ ଫୋର୍ସ । ୨ ଜଣ କମାଣ୍ଡାଣ୍ଟ , ୬ ଜଣ ଏଏସ୍ପି, ୧୭ ଡିଏସ୍ପି ଓ ୪୪ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ୨୦ଟି କ୍ୟାମେରାରେ ଭିଡିଓ ଗ୍ରାଫି କରାଯିବ । ୨୪ ଘଣ୍ଟିଆ ଡୁ୍ୟଟି ଥିବାରୁ ପୋଲିସକୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି । ସନ୍ନାନ ଯାତ୍ରା ସରିଲେ ଆରମ୍ଭ ହେବ ଶ୍ରୀଜୀଉଙ୍କ ୧୫ ଦିନର ଅନବସର ନୀତି । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ସେଥିପାଇଁ ପଟିଦିଅଁ ପ୍ରସ୍ତୁତ କରି ସାରିଲେଣି କାରିଗର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons