ଶ୍ରୀଧର ପାତ୍ର ନାଲ୍କୋର ନୂଆ ସିଏମ୍ଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍କୋ)ର ଅର୍ଥ ନିଦେ୍ର୍ଧଶକ ଶ୍ରୀଧର ପାତ୍ର ସୋମବାର କମ୍ପାନିର ନୂଆ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ (ସିଏମ୍ଡି) ନିଯୁକ୍ତ ହୋଇଛନ୍ତି । ନଭେମ୍ବର ୩୦ରେ ନାଲ୍କୋର ପୂର୍ବତନ ସିଏମ୍ଡି ଡ. ତପନ ଚାନ୍ଦଙ୍କ ଅବସର ପରେ ସେ ସିଏମ୍ଡି ଅତିରିକ୍ତ ଦାୟିତ୍ୱରେ ଥିଲେ ।
କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶନାମା ମୁତାବକ, ୨୦୨୪ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବା ଯାଏଁ ଶ୍ରୀ ପାତ୍ର ନାଲ୍କୋର ସିଏମ୍ଡି ଦାୟିତ୍ୱ ତୁଲାଇବେ । ୧୯୬୪ ଅକ୍ଟୋବର ୧୨ରେ ଓଡ଼ିଶାରେ ଜନ୍ମିତ ଶ୍ରୀ ପାତ୍ର ଉକ୍ରଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାସହ ସେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ସଦସ୍ୟ ମଧ୍ୟ ଅଛନ୍ତି । ବିଦ୍ୟା ସାଗର ବିଶ୍ୱବିଦ୍ୟାଳୟରୁ ସେ ମାନବ ସମ୍ବଳ ବିକାଶରେ ଏମ୍ବିଏ କରିଛନ୍ତି ।
ଓଡ଼ିଶା ଖଣି ନିଗମ (ଓଏମ୍ସି), ଇଣ୍ଡିଆନ୍ ରେୟାର ଆର୍ଥସ ଲିମିଟେଡ୍ ଓ ମାଙ୍ଗାଲୋର ରିଫାଇନରି ଆଣ୍ଡ ପେଟ୍ରୋକେମିକାଲ୍ସ ଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ତାଙ୍କର ୩୦ ବର୍ଷରୁ ଊଦ୍ଧ୍ୱର୍ ଦିନର ଅଭିଜ୍ଞତା ରହିଛି । ସେହିଭଳି ଟିଏଚ୍ଡିସି ଇଣ୍ଡିଆରେ ଶ୍ରୀ ପାତ୍ର ଅର୍ଥ ନିଦେ୍ର୍ଧଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons