ଶ୍ରୀଧର ପାତ୍ର ହେବେ ନାଲ୍କୋ ସିଏମ୍ଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ରାଷ୍ଟ୍ରାୟତ୍ତ ଆଲୁମିନିୟମ୍ କମ୍ପାନି ନାଲ୍କୋର ସିଏମ୍ଡି ପଦ ପାଇଁ ଏହାର ଅର୍ଥ ବିଭାଗ ନିର୍ଦ୍ଦେଶକ ଶ୍ରୀଧର ପାତ୍ରଙ୍କୁ ମନୋନୀତ କରାଯାଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ(ପିଇଏସ୍ବି) ୪ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ତାଙ୍କ ନାମକୁ ଚୟନ କରିଥିବା ଜଣାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ର ନିଯୁକ୍ତି କମିଟି ପାତ୍ରଙ୍କ ନିଯୁକ୍ତି ଉପରେ ଚୂଡ଼ାନ୍ତ ମଞ୍ଜୁରି ପ୍ରଦାନ କରିବ । ଓଡ଼ିଶା ଖଣି ନିଗମ(ଓଏମ୍ସି), ଇଣ୍ଡିଆନ୍ ରେୟାର୍ ଆର୍ଥ ଏବଂ ଟିଏଚ୍ଡିସି ଇଣ୍ଡିଆରେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ପାତ୍ର ୨୦୧୮ ସେପ୍ଟେମ୍ବର ୧ରେ ନାଲ୍କୋରେ ଯୋଗ ଦେଇଥିଲେ । ଅର୍ଥ ନିର୍ଦ୍ଦେଶକ ଭାବେ ତାଙ୍କ ନେତୃତ୍ୱରେ ନାଲ୍କୋ ସର୍ବାଧିକ ଲାଭ ହାସଲ କରିଛି । ୨୦୧୯-୨୦ ପ୍ରଥମ ତ୍ରୟମାସରେ କମ୍ପାନି ୧୭୩୨ କୋଟି ଟଙ୍କାର ଲାଭ ହାସଲ କରିଛି, ଯାହାକି ଏକ ଦଶନ୍ଧିରେ ସର୍ବୋତ୍ତମ ।
ସମ୍ପ୍ରତି ତପନ କୁମାର ଚାନ୍ଦ ନାଲ୍କୋର ସିଏମ୍ଡି ଥିବାବେଳେ ତାଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ରେ ଶେଷ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons