ପୁରୀ,(ବି.ବି.ନୁ୍ୟଜ୍): ରବିବାର ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ଓ ମନ୍ତ୍ର ଧ୍ୱନିରେ ପୂରି ଉଠିଥିଲା ଶ୍ରୀନହର । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁÂିତ ହୋଇଛି । ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଅଭିଷେକ ଉସôବ ଏହି ତିଥିରେ ହୋଇଥିଲା । ଏଣୁ ସେହି ଆଦର୍ଶ ରାମ ରାଜ୍ୟକୁ ମନେ ପକାଇ ବହୁକାଳରୁ ଏହି ପରମ୍ପରା ପାଳନ ହୋଇଆସୁଛି ।
ଗଜପତି ଓ ମହାରାଣୀଙ୍କ ଅଭିଷେକ ନୀତି ଅନୁସାରେ ରାଜଗୁରୁ ଅଭିଷେକ କରାଇ ମଙ୍ଗଳାର୍ପଣ ବିଧି ସମ୍ପନ୍ନ କରିଥିଲେ । ରାଜଗୁରୁ ି ବନ୍ଦାପନା କରିଥିଲେ । ଗଜପତିଙ୍କ ସହିତ ମହାରାଣୀ ଉପସ୍ଥିତ ଥିଲେ । ଏଣୁ ଏହି ବିଧି ରାଜଗୁରୁଆଣୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଶାସନୀ ବ୍ରାହ୍ମଣ ମହାଜନମାନେ ଗଜପତିଙ୍କୁ ଆଶୀର୍ବାଦ କରିଥିଲେ । ଏହାପରେ ଗଜପତି ମହାରାଜା ଜଗତକଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ।
ପ୍ରଥମେ ରାଜଗୁରୁମାନେ ବରୁଣ ଓ ବର୍ଦ୍ଧନୀ ପୂଜା କରିଥିଲେ । ଗଜପତି ମହାରାଜ ଓ ମହାରାଣୀ ଆସ୍ଥାନ ଗ୍ରହଣ କରିଥିଲେ । ଜଳ ମନ୍ତୁରା ଯାଇ ଗଜପତିଙ୍କ ଉପରେ ସିଞ୍ଚନ କରାଯାଇଥିଲା । ଏହି ଅବସରରେ ଶ୍ରୀନହରର ଇଷ୍ଟଦେବୀମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିରରୁ ଆସିଥିବା ହରିବଲ୍ଲଭ ତାଟ ଓ ଶ୍ରୀଅଙ୍ଗ ଲାଗି ପତନୀ ଗଜପତିଙ୍କୁ ଲାଗି କରାଯାଇଥିଲା । ଶାସନୀ ବ୍ରାହ୍ମଣମାନେ ନହରରେ ଉପସ୍ଥିତ ରହି ମହାରାଜାଙ୍କୁ ମନ୍ତୁରା ପଇତା ଧାରଣ କରାଇବା ସହ ଆଶୀର୍ବାଦ କରିଥିଲେ । ସୁଶାସନ ପ୍ରତିÂା ସହ ପ୍ରଜାଙ୍କ ମଙ୍ଗଳ ପାଇଁ ପ୍ରାଚୀନ କାଳରୁଏହି ବିଧି ପାଳନ ହେଉଥିବା ଦେବୀପ୍ରସାଦ ରାଜଗୁରୁ କହିଛନ୍ତି ।
Comments are closed, but trackbacks and pingbacks are open.