ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଜ୍ୟେÂମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ମଙ୍ଗଳବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସଂପନ୍ନ ହୋଇଥିଲା । ତେବେ କରୋନା ମାଡ଼ରେ ଉସôବ ଫିକା ପଡ଼ିଯାଇଥିଲା । ଶ୍ରୀମନ୍ଦିରରେ ସେଭଳି ଜାକଜମକ ମଧ୍ୟ ନଥିଲା । ଶ୍ରଦ୍ଧାଳୁମାନେ ନୀତି ଦର୍ଶନ କରି ନଥିଲେ କି ମହାପ୍ରସାଦ ସେବନ କରି ପାରି ନଥିଲେ ।
ମା’ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥିଲେ । ଶ୍ରୀମଦନମୋହନ ହୋଇଥିଲେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରିଥିଲେ ଠାକୁରାଣୀ । ଏଣୁ ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ଯୋଜନା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେଇଥିଲେ । ଏଥିପାଇଁ ମହାପ୍ରଭୁଙ୍କ ପକ୍ଷରୁ ଛାମୁଖୁଣ୍ଟିଆ ଶିଶୁପାଳ ବେଶଧାରୀକୁ ଯୁଦ୍ଧରେ ହରାଇ ବନ୍ଦୀ କରିଥିଲେ ।
ସକାଳ ଧୂପ ବସିବା ସମୟରେ ଦକ୍ଷିଣିଘରେ ମଦନମୋହନଙ୍କୁ ବେଶ କରାଯାଇଥିଲା । ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ଲକ୍ଷ୍ମୀ ଠାକୁରାଣୀଙ୍କୁ ଲାଗି କରିଥିଲେ । ଠାକୁରାଣୀଙ୍କୁ ପାଲିଙ୍କିରେ ନେଇ ଜଗମୋହନରେ ବିଜେ କରାଇଥିଲେ । ଏହା ପରେ ଚିଟାଉ ଲେଖାପର୍ବ ଅନୁÂିତ ହୋଇଥିଲା । ଚିଟାଉ ମଦନମୋହନଙ୍କ ପାଖକୁ ପଠାଯାଇଥିଲା । ପରେ ମହାଲକ୍ଷ୍ମୀଙ୍କୁ ବିମଳାଙ୍କ ମନ୍ଦିରରେ ବିଜେ କରାଯାଇଥିଲା । ପୂର୍ବରୁ ମଦନମୋହନଙ୍କୁ ବିଜେ କରାଯାଇ ସେବକମାନେ ବିମଳାଙ୍କ ମନ୍ଦିର ନିକଟରେ ଲୁଚି ରହିଥିଲେ । ରୁକ୍ମିଣୀରୂପୀ ଲକ୍ଷ୍ମୀ ମା’ଙ୍କ ପୂଜାର୍ଚ୍ଚନା ସାରି ଫେରିବା ବାଟରେ ମହାପ୍ରଭୁ ହରଣ କରିଥିଲେ । ଆବଶ୍ୟକ ସଂଖ୍ୟକ ସେବକଙ୍କ ଗହଣରେ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା ।
ସେବାୟତମାନେ ରୁକ୍ମିଣୀ ଓ ମଦନମୋହନଙ୍କୁ ପଟୁଆରରେ ନେଇ ଲକ୍ଷ୍ମୀମନ୍ଦିର ଆଡକୁ ଅଗ୍ରସର ହେବା ସମୟରେ ଶିଶୁପାଳ ଖଣ୍ଡାରେ ଆକ୍ରମଣ କରିଥିଲା । ଶିଶୁପାଳ ଯୁଦ୍ଧରେ ହାରି ବନ୍ଦୀ ହେବା ପରେ ରାମକୃଷ୍ଣ ମୁକୁଳାଇଥିଲେ । ରାତିରେ ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons