ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର

Get real time updates directly on you device, subscribe now.

ପୁରୀ: ରୁକ୍ମିଣୀ ହରଣ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସଂପନ୍ନ ହୋଇଛି । ମା’ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥିଲେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ହୋଇଥିଲେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରିଥିଲେ ଠାକୁରାଣୀ । ଏଣୁ ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ ।
ଯୋଜନା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀଙ୍କୁ ମଦନମୋହନ ହରଣ କରିନେଇଥିଲେ । ଠାକୁରଙ୍କ ପଥରୋଧ କରିଥିଲା ଶିଶୁପାଳ । ମହାପ୍ରଭୁଙ୍କୁ ଶିଶୁପାଳ ସହିତ ଲଢେଇ କରିବାକୁ ପଡିଥିଲା । ଘମାଘୋଟ ଲଢେଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହୋଇଥିଲା । ରାତିରେ ରୁକ୍ମିଣୀ ଓ ମହାପ୍ରଭୁଙ୍କ ବିବାହ ଅନୁÂିତ ହୋଇଥିଲା । ସେବକମାନେ ଯଥାବିଧି ଏହି ଦେବ ନୀତି ସମ୍ପନ୍ନ କରିଥିଲେ ।
ପ୍ରାତଃ ୪ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟି ଥିଲା । ମଙ୍ଗଳାଳତି ୪ଟା୫୫ମିନିଟ୍ରେ ବଢି ଅବକାଶ ସରିଥିଲା ୬ଟାରେ । ସକାଳ ଧୂପ ବସିବା ସମୟରେ ଦକ୍ଷିଣିଘରେ ମଦନମୋହନଙ୍କୁ ବେଶ କରାଯାଇଥିଲା । ୯ଟା୪୦ରେ ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ଲକ୍ଷ୍ମୀ ଠାକୁରାଣୀଙ୍କୁ ଲାଗି କରିଥିଲେ । ଠାକୁରାଣୀଙ୍କୁ ପାଲିଙ୍କିରେ ନେଇ ଜଗମୋହନରେ ବିଜେ କରାଇଥିଲେ । ଏହା ପରେ ଚିଟାଉ ଲେଖାପର୍ବ ଅନୁÂିତ ହୋଇଥିଲା । ଚିଟାଉ ମଦନମୋହନଙ୍କ ପାଖକୁ ପଠାଯାଇଥିଲା । ପରେ ମହାଲକ୍ଷ୍ମୀଙ୍କୁ ବିମଳାଙ୍କ ମନ୍ଦିରରେ ବିଜେ କରାଯାଇଥିଲା ।
ପୂର୍ବରୁ ମଦନମୋହନଙ୍କୁ ବିଜେ କରାଯାଇ ସେବକମାନେ ବିମଳାଙ୍କ ମନ୍ଦିର ନିକଟରେ ଲୁଚି ରହିଥିଲେ । ପୂଜାର୍ଚ୍ଚନା ସାରି ଫେରିବା ବାଟରେ ମହାପ୍ରଭୁ ଠାକୁରାଣୀଙ୍କୁ ହରଣ କରିଥିଲେ । ସେବାୟତମାନେ ରୁକ୍ମିଣୀ ଓ ମଦନମୋହନଙ୍କୁ ପଟୁଆରରେ ନେଇ ଲକ୍ଷ୍ମୀମନ୍ଦିର ଆଡକୁ ଅଗ୍ରସର ହେବା ସମୟରେ ଶିଶୁପାଳ ଖଣ୍ଡାରେ ମହାପ୍ରଭୁଙ୍କୁ ଆକ୍ରମଣ କରିଥିଲା । ଉଭୟଙ୍କ ଭିତରେ ଘମାଘୋଟ ଲଢେଇ ହୋଇଥିଲା । ଶିଶୁପାଳ ଯୁଦ୍ଧରେ ହାରି ବନ୍ଦୀ ହେବା ପରେ ରାମକୃଷ୍ଣ ମୁକୁଳାଇଥିଲେ । ରାତିରେ ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିଥିଲେ । ଆବଶ୍ୟକ ସଂଖ୍ୟକ ସେବକଙ୍କ ଗହଣରେ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା । ତେବେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରୁ ନୀତି ପ୍ରାୟ ଦୁଇ ଘଣ୍ଟା ବିଳମ୍ଭ ଥିବା ସୂଚନା ରହିଛି । ତେବେ କରୋନା ମାଡ଼ରେ ଉସôବ ଫିକା ପଡ଼ିଯାଇଥିଲା । ଶ୍ରୀମନ୍ଦିରରେ ସେଭଳି ଜାକଜମକ ନଥିଲା । ଶ୍ରଦ୍ଧାଳୁମାନେ ମଧ୍ୟ ନୀତି ଦେଖି ନପାରି ନିରାଶ ହୋଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons