ଶ୍ରୀମନ୍ଦିରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଭାରତୀୟ ସ୍ଥଳସେନାର ନୂତନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ମଙ୍ଗଳବାର ସନ୍ଧ୍ୟା ସାଢେ଼ ୮ଟାରେ ପୁରୀ ପହଞ୍ଚି ଶ୍ରୀମନ୍ଦିର ଦର୍ଶନରେ ଯାଇଥିଲେ । ସେ ଦୋଳବେଦୀ କୋଣରେ କାର୍ରୁ ଓହ୍ଲାଇ ସିଂହଦ୍ୱାର କିଓସ୍କୋ ନିକଟରେ ପହଞ୍ଚିଥିଲେ । କିଓସ୍କୋରେ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦାଖଲ କରିବା ପରେ ସପରିବାର ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ସେ ଧାଡ଼ିରେ ଅନ୍ୟ ଭକ୍ତମାନଙ୍କ ସହ ବଡ଼ଦେଉଳକୁ ଯାଇଥିଲେ ।
ସେନା ଉପମୁଖ୍ୟଙ୍କ ସହ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଧଶକ (ସିଆଇଡି/କ୍ରାଇମବ୍ରାଞ୍ଚ) ସୌମେନ୍ଦ୍ର ପ୍ରିୟଦର୍ଶୀ ଶ୍ରୀମନ୍ଦିର ଯାଇଥିଲେ । ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ବଢ଼ିବା ପରେ ସେନା ଉପମୁଖ୍ୟ ଭିତର କାଠଠାରେ ଶ୍ରୀବିଗ୍ରହଙ୍କ ଦର୍ଶନ କରିଥିଲେ । ଏହା ପରେ ସେ ଭିତର ବେଢ଼ାରେ ମା’ ବିମଳା, ମା’ ଭୁବନେଶ୍ୱରୀ, ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ ।
ସନ୍ଧ୍ୟା ପରେ ଉତ୍ତର ଦ୍ୱାର ବନ୍ଦ ରହିଥିଲା । ତେଣୁ ସେନା ଉପମୁଖ୍ୟ ବାଇଶିପାହାଚ ଦେଇ ପ୍ରସ୍ଥାନ କରିଥିଲେ । ଦର୍ଶନ ପରେ ସେ ଗଣମାଧ୍ୟମକୁ କହିଥିଲେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ନୂତନ ପଦରେ କାମ ଶୁଭାରମ୍ଭ କରିବେ । ଫେରିବା ବାଟରେ ବାଇଶିପାହାଚ ଠାରେ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସମ୍ବର୍ଦ୍ଧିତ କରିଥିଲେ । ରାତି ପାଖାପାଖି ସାଢେ଼ ୯ଟାରେ ସେନା ଉପମୁଖ୍ୟ ଶ୍ରୀମନ୍ଦିର ଦର୍ଶନ ସାରି ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons