ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ଘଟଣା- ୫ ପରିବାରକୁ ଦିଆଗଲା ୮.୭୪ କୋଟି ଟଙ୍କା କ୍ଷତି ପୂରଣ

Get real time updates directly on you device, subscribe now.

ପୁରୀ :ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୭୫ ମିଟର ସୁରକ୍ଷା ଜୋନ୍ ମଧ୍ୟରେ ପ୍ରଶାସନର ଜମି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷା ଜୋନରେ ଥିବା ୫ ଟି ପରିବାର ପ୍ରଥମ ଦଫାରେ ପ୍ରଶାସନକୁ ସିଧା ଜମି ବିକିଛନ୍ତି। ଆହୁରି ଅନେକ ଲୋକ ସ୍ୱଇଛାରେ ଜମି ବିକିବା ପାଇଁ ଆବେଦନ କରିଛନ୍ତି। ୫ ଟି ପରିବାରକୁ ୮.୭୪ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସରକାରଙ୍କ ପୁର୍ନବାସ ଓ ପୁର୍ନ ଥଇଥାନ ଯୋଜନାରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉଥିବା ଉପଜିଲ୍ଲାପାଳ କହିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସର୍ଭେ, ମାପଚୁପ ପରେ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଏକମାସ ଧରି ସାମାଜିକ ପ୍ରଭାବ ସର୍ବେକ୍ଷଣ ହୋଇଥିଲା। ଏହାପରେ ଆରମ୍ଭ ହୋଇଛି ଜମି କିଣା ପ୍ରକ୍ରିୟା। ଜମି ଅଧିଗ୍ରହଣ ନୋଟିସର ଏକମାସ ମଧ୍ୟରେ ୫ ଟି ପରିବାର ପ୍ରଶାସନ ସହ ଜମି ବିକ୍ରୀ କବଲା ବା ଝବକ୍ଷର ଊରରୟ କରିଛନ୍ତି। ବିକ୍ରୀ କବଲା ଦସ୍ତଖତ ହେବା ପରେ ଏହି ୫ ଟି ପରିବାରକୁ ମୋଟ ୮ କୋଟି ୭୪ ଲକ୍ଷ ଟଙ୍କା ପ୍ରଶାସନ ଦେଇଛି। ଜମି ବିକ୍ରୀ ଟଙ୍କା ଜମି ମାଲିକ ବା ବିକ୍ରେତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ପ୍ରଶାସନକୁ ସୁରକ୍ଷା ଜୋନ୍ ପାଇଁ ଜମି ଦେଇ ବେଶ୍ ଖୁସି ଅଛନ୍ତି ବିକ୍ରେତା।
ବିସ୍ଥାପିତ ପରିବାରଙ୍କ ଜମି ଆଉ କୋଠାର ମୁଲ୍ୟ ସହ ଶତକଡ଼ା ଦଶଭାଗ ଅଧିକ ତତ୍କାଳ ସ୍ୱତନ୍ତ୍ର ପରିମାଣ ଦିଆଯାଇଛି। ପ୍ରଶାସନ ସହ ବିକ୍ରୀ କବଲା ପରେ ଏହି ୫ ଟି ପରିବାରର ୨୦ ଜଣ ସଦସ୍ୟଙ୍କୁ ୩୩ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କ୍ଷତିପୂରଣ ମିଳିଛି। ତତ୍କାଳ ସ୍ୱତନ୍ତ୍ର ସହାୟତା ବାବଦକୁ ଶତକଡ଼ା ଦଶ ପ୍ରତିଶତ ଅଧିକ ମିଶାଇ ୬ କୋଟି ୨୦ ଲକ୍ଷ ଏବଂ ଜମି ଆଉ କୋଠା ମୂଲ୍ୟ ବାବଦକୁ ୨ କୋଟି ୧୪ ଲକ୍ଷ ଏହି ପରିବାରକୁ ଦିଆଯାଇଛି। ଆହୁରି ଅନେକ ପରିବାର ଜମିଦାନ କରିବା ପାଇଁ ଆବେଦନ କରିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ୭୫ ମିଟର ପରିସୀମାରେ ଜମି ଅଧିଗ୍ରହଣ ପାଇଁ ସରକାରୀ ବିଜ୍ଞପ୍ତି ର ଏକମାସ ମଧ୍ୟରେ ବାସେଳୀ ସାହି ଏବଂ ମଣିକର୍ଣ୍ଣିକା ସାହିର ଏହି ୫ ପରିବାର ପ୍ରଶାସନକୁ ପ୍ରଥମ କରି ସିଧା ଜମି ବିକ୍ରୀ କରିଛନ୍ତି। ଏକକାଳୀନ କ୍ଷତିପୁରଣ ଓ ସ୍ୱତନ୍ତ୍ର ସହାୟତା ବି ପାଇଛନ୍ତି। ଜମି ଅଧିଗ୍ରଣ ସ୍ୱତନ୍ତ୍ର ସହାୟତାର ଅବଧିକୁ ଏକମାସରୁ ଅଧିକ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons