ଶ୍ରୀମନ୍ଦିର ନିରାପତ୍ତା ବଳୟ: ଜମି ବିକ୍ରେତାଙ୍କୁ ନବୀନଙ୍କ ଧନ୍ୟବାଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ୱେଚ୍ଛାକୃତ ଭାବେ ୭୫% ଘରୋଇ ଜମି ସଂଗ୍ରହ ହୋଇଛି । ଏଥିପାଇଁ ଜମି ଦେଇଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ । ମହାପ୍ରଭୁଙ୍କ ପାଇଁ ଆପଣଙ୍କ ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ପାଇଁ ଶ୍ରଦ୍ଧାର ସହ ମନେ ରଖିବ ।
ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାରେ ଜମି ଦେଇଥିବା ପରିବାରଗୁଡ଼ିକୁ କହିଛନ୍ତି, ଜନ୍ମାଷ୍ଟମୀ ଦିନ ମୁଁ ଆପଣମାନଙ୍କ ନିକଟରେ ଗୋଟିଏ ଅନୁରୋଧ କରିଥିଲି । ଅତି ମହତ ଉଦେ୍ଧଶ୍ୟ ଥିଲା । ମହାପ୍ରଭୁଙ୍କ ଶ୍ରୀମନ୍ଦିର ନିରାପତ୍ତା ନେଇ ଥଲା ମୋର ଅନୁରୋଧ । ଶ୍ରୀମନ୍ଦିର ଓ ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ତାଙ୍କ ଶ୍ରୀଚରଣରେ ସମର୍ପିତ ହୋଇ କାମ ଆରମ୍ଭ କଲେ ତାହା ମଙ୍ଗଳମୟ ହୋଇଥାଏ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ନମ୍ରତାର ସହ ମୁଁ ଅନୁରୋଧ କରିଥିଲି । ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି । ଶ୍ରୀମନ୍ଦିରର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବାକୁ ମୁଁ ନିବେଦନ କରିଥିଲି । ୪୦ ଦିନ ମଧ୍ୟରେ ବିକ୍ରି-ଖର୍ଦ୍ଧି ପ୍ରକ୍ରିୟାରେ ୭୫% ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା ।
ମହାପ୍ରଭୁଙ୍କ ପାଇଁ ଆପଣମାନେ ଭିଟାମାଟି, ବ୍ୟବସାୟ ପ୍ରତିÂାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ବହୁ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ଆପଣମାନଙ୍କ ଏ ମହାନ ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବା ନେଇ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କ ଏ ଭଲପାଇବା, ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇ ରହିବ ।
ମହାପ୍ରଭୁଙ୍କ ଏ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ସମସ୍ତ ବିଭାଗର କର୍ମଚାରୀ, ପୁଲିସ କର୍ମଚାରୀମାନେ ରବିବାର ସହ ଛୁଟି ଦିନଗୁଡ଼ିକରେ ମଧ୍ୟ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଜାରି କରି ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons