ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ବିଧି ମୁତାବକ ପାଳନ ହେବ । ଚଳିତ ବର୍ଷ ଲକ୍ଡାଉନ୍ କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା ଅନୁÂିତ ହେବ । ଶ୍ରଦ୍ଧାଳୁମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ସ୍ନାନନୀତି ଦେଖିପାରିବେ । ସ୍ନାନଯାତ୍ରା ପାଇଁ ଛତିଶା ନିଯୋଗ ବୈଠକର ନିର୍ଯ୍ୟାସକୁ ସମ୍ପୂର୍ଣ୍ଣ ପାଳନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ଦେଇଛି । ଶନିବାର ପୁରୀ ଏବଂ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ପରିଚାଳନା କମିଟି ବୈଠକ ବସିଥିଲା । ଚଳିତ ହାତୀବେଶର ସାହାଣ ମେଲା ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ବାରଣ କରାଯାଇଛି । ତେଣୁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରଣ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ବିକଳ୍ପ ବ୍ୟବସ୍ଥା କରିଥିବା ବିଷୟ ବୈଠକରୁ ସୂଚନା ମିଳିଛି ।
ଆସନ୍ତା ଜୁନ୍ ୫ ତାରିଖ ପୂର୍ବ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ଠାକୁରଙ୍କ ସ୍ନାନବେଦିକୁ ପହଣ୍ଡି ବିଜେ ସମ୍ପନ୍ନ ହେବ । ସ୍ନାନଜଳ ବିଜେ, ଜଳ ପୂଜା, ଦେବସ୍ନାନ ନୀତି ସକାଳ ସାଢେ଼ ୯ଟା ସୁଦ୍ଧା ଶେଷ କରାଯିବ । ସ୍ନାନବେଦିରେ ପ୍ରଭୁଙ୍କ ହାତୀବେଶ ଆଭୂଷଣ ଲାଗି ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ଶେଷ ହେବ । ଅପରାହ୍ନ ୪ଟା ସୁଦ୍ଧା ମହାପ୍ରଭୁଙ୍କ ହାତୀବେଶ ଆଭୂଷଣ ଓଲାଗି ହେବ । ଏହା ପରେ ବାହୁଡ଼ା ପହଣ୍ଡି ପ୍ରସ୍ତୁତି ହେବ ।
ଅପରାହ୍ନ ସାଢେ଼ ୪ଟାରେ ବାହୁଡ଼ା ପହଣ୍ଡି ପାଇଁ ପୁଷ୍ପାଞ୍ଜଳି ଓ ଡୋରଲାଗି ନୀତି ଶେଷ କରାଯିବ । ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ମହାପ୍ରଭୁଙ୍କ ବାହୁଡା ପହଣ୍ଡି ନୀତି ସରିବ । ରାତି ସାଢେ଼ ୮ଟା ସୁଦ୍ଧା ଠାକୁରଙ୍କ ସୁନା ଚିତା ଏବଂ ସୁବର୍ଣ୍ଣ ରାହୁରେଖା ଓଲାଗି ହେବ । ରାତି ୯ଟାରୁ ମଧ୍ୟ ରାତି ସୁଦ୍ଧା ଅଣସର ତାଟି ରାତି ୧୨ଟା ସୁଦ୍ଧା ବନ୍ଧାଯାଇ ଦଶ ଅବତାର ଦିଅଁ ରାତି ସାଢେ଼ ୧୨ଟାରେ ବିଜେ କରିବେ ।
ଚଳିତ ବର୍ଷ ସ୍ନାନଯାତ୍ରାର ସ୍ୱତନ୍ତ୍ରତା ହୋଉଛି ଜୁନ ୫ ତାରିଖ ରାତି ସାଢେ଼ ୧୨ଟାରୁ ଅଣସର ନୀତି ଆରମ୍ଭ ହେବ । ରାତି ଗୋଟାଏରେ ମହାସ୍ନାନ, ସାଢେ଼ ଗୋଟାଏରେ ମଇଲମ ଓ ବେଶ ବଢ଼ି ରାତି ୨ଟାରୁ ୩ଟା ମଧ୍ୟରେ ଶେଷ ହେବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ, ତା ପରେ ଦକ୍ଷିଣ ଘର ଭୋଗ ସରି ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଫିଟି ଅଣସର ନୀତି ଆରମ୍ଭ ହେବ । ଅଣସର ଦିଅଁଙ୍କ ପଣାଭୋଗ ଭୋର ୪ଟା ୫୦ ମିନିଟରୁ ଆରମ୍ଭ ହେବ ।
ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଗୋଟିଏ ପକ୍ଷ ବସିଥିଲେ । ପୁରୀ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ପ୍ରକୋÂରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ୫ ସେବକ ସଦସ୍ୟଙ୍କ ସମେତ ସାତ ଜଣ ସଭ୍ୟ ଉପସ୍ଥିତ ଥିଲେ ।
ମଇ ୨୭ ତାରିଖରେ ଅନୁÂିତ ଛତିଶା ନିଯୋଗ ବୈଠକର ନିଷ୍ପତ୍ତିକୁ ପରିଚାଳନା କମିଟି ମୋଟାମୋଟି ଭାବେ ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ନୀତି, ବ୍ୟବସ୍ଥାବଳୀ, କୋଭିଡ୍ କଟକଣା, ଦର୍ଶନ ବ୍ୟବସ୍ଥା, ସେବକ ସଂଖ୍ୟା, ବିଜେ ପହଣ୍ଡି, ଜଳ ଲାଗି, ହାତୀବେଶ ଏବଂ ବାହୁଡା ପହଣ୍ଡି ସମେତ ୧୫ ଦିନିଆ ଅଣସର ନୀତିକୁ ପରିଚାଳନା କମିଟି ଅନୁମୋଦନ ଦେଇଥିବାର ଖବର ମିଳିଛି ।
ନିଷ୍ପତ୍ତି ମୁତାବକ ୫ ତାରିଖ ପୂର୍ବ ରାତି ଗୋଟାଏ ବେଳେ ସ୍ନାନବେଦିକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ପହଣ୍ଡି ବେଳେ କୋଭିଡ୍ କଟକଣା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା କଷ୍ଟକର ବ୍ୟାପାର । ତେଣୁ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ଅନୁସରଣ କରାଯିବ । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବ । ସ୍ୱାବ୍ ଟେଷ୍ଟ କରିଥିବା ସେବକମାନେ କେବଳ ସ୍ନାନଯାତ୍ରାରେ ସାମିଲ ହେବେ । ଏହି ଯାତ୍ରାରେ କେତେ ଜଣ ପାଳିଆ ସେବକ ସାମିଲ ହେବେ ତାହାର ତାଲିକା ସମସ୍ତ ନିଯୋଗରୁ ସଂଗ୍ରହ ହୋଇଛି । ଏହି ତାଲିକା ମିଳିବା ପରେ ସ୍ୱାବ୍ ଟେଷ୍ଟ କରାଯାଉଛି । କୋଭିଡ୍ ଟେଷ୍ଟ କାର୍ଡ ସ୍ନାନଯାତ୍ରାରେ ଭାଗ ନେଉଥିବା ସେବକଙ୍କୁ ଦିଆଯିବ । ହାତୀ ବେଶ ଦର୍ଶନକୁ ମଧ୍ୟ ସୀମିତ ରଖାଯିବା ଉପରେ ବିଚାର ହୋଇଛି । ଚଳିତ ବର୍ଷ ହାତୀବେଶ ଦର୍ଶନ ସାହାଣମେଲା ହେବ ନାହିଁ । ହାତୀବେଶ ପରେ ପରେ ବେଶ ଓଲାଗି ହେବ ।
ବୈଠକରେ ଉପସ୍ଥିତ ପରିଚାଳନା କମିଟିର ସଦସ୍ୟମାନେ ଦାବି ମୁତାବକ ମହାପ୍ରଭୁ ସ୍ନାନଯାତ୍ରା ବେଳେ ପାଳିଆ ସେବକ ବ୍ୟତୀତ ଅନ୍ୟ ସମସ୍ତ ସେବାୟତଙ୍କୁ ବଡ଼ଦେଉଳ ପ୍ରବେଶ ଏବଂ ସ୍ନାନବେଦିରେ ପ୍ରଭୁଙ୍କ ଦର୍ଶନ ସୁଯୋଗ ଦେବା ପ୍ରସଙ୍ଗକୁ ବିଚାର କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons