ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ ଶିବନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ସନ୍ଧ୍ୟାରେ ଇସ୍ରୋ(ଭାରତୀୟ ମହାକାଶ ଗବେଷଣା ପ୍ରତିÂାନ)ର ଅଧ୍ୟକ୍ଷ ଡ. କେ ଶିବନ୍ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଶ୍ରୀଜିଉ ଓ ମା’ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରି ଫେରିଛନ୍ତି । ସନ୍ଧ୍ୟା ପ୍ରାୟ ସାଢେ଼ ୬ଟାରେ ଡ.ଶିବନ୍ ମନ୍ଦିର ସିଂହଦ୍ୱାର ସାମନାରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଚନ୍ଦ୍ରଯାନ ପାଇଁ ଘରେ ଘରେ ପରିଚିତ ଡ. ଶିବନଙ୍କୁ ଦେଖିବାକୁ ସେଠାରେ ଶହ ଶହ ଲୋକଙ୍କ ଗହଳି ହୋଇଥିଲା । ଡ. ଶିବନ ବେଢ଼ାରେ ବୁଲି ମନ୍ଦିର କାନ୍ଥରେ ଥିବା ଭାସ୍କର୍ଯ୍ୟ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ସେବାୟତ ମୁକ୍ତିକାନ୍ତ ବଡ଼ୁ, ପାଳିଆ ସେବାୟତ ରତିକାନ୍ତ ବଡ଼ୁ ଓ ରାଜକିଶୋର ମହାପାତ୍ର ଗମ୍ଭୀରାରେ ଶିବନ୍ଙ୍କ ଉଦେ୍ଧଶ୍ୟରେ ଶ୍ରୀଜିଉଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବିଶ୍ୱରେ ୧ ନମ୍ବର କରିବାକୁ ଲୋକେ ଶିବନଙ୍କୁ ଅନୁରୋଧ କରିଥିଲେ । ମନ୍ଦିରର ଐତିହ୍ୟ, ପରିଷ୍କାର ପରିଚ୍ଛନ୍ନତା ଉପଲବ୍ଧି କରି ଶିବନ୍ ଆନନ୍ଦିତ ହୋଇଥିଲେ । ପ୍ରାୟ ୪୫ ମିନିଟ୍ ମନ୍ଦିର ପରିଭ୍ରମଣ କରି ଶିବନ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons