ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ୱାତୀ କୋବିନ୍ଦ ଆଜି ଅପରାହ୍ଣରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଫେରିଛନ୍ତି । ଅପରାହ୍ଣ ପ୍ରାୟ ସାଢେ଼ ୨ଟା ବେଳେ ଶ୍ରୀମତୀ କୋବିନ୍ଦ ଝିଅଙ୍କ ସହିତ ମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଥିଲେ । ପୂର୍ବରୁ ସେଠାରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଅରୁଣ ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଉଭୟଙ୍କୁ ମନ୍ଦିର ବେଢ଼ାକୁ ପାଛୋଟି ନେଇଥିଲେ । ସେବାୟତ କମଳାକାନ୍ତ ବଡ଼ୁଙ୍କ ସହିତ ଶ୍ରୀମତୀ କୋବିନ୍ଦ ଓ ଝିଅ ସ୍ୱାତୀ ଗମ୍ଭୀରାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ସିଦ୍ଧ ଗଣେଶ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ଶ୍ରୀମତୀ କୋବିନ୍ଦ ଓ ଝିଅ ମନ୍ଦିର ବେଢ଼ାରେ ବୁଲି ଶ୍ରୀଲିଙ୍ଗରାଜ ମନ୍ଦିରର ଭାସ୍କର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ । ପ୍ରାୟ ୧ଘଣ୍ଟା କାଳ ମନ୍ଦିର ବୁଲିବା ପରେ ଫେରି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons