ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ସର୍ଭେ ୪ ଦିନ ହେବ ଚାଲିଛି । ଇତିମଧ୍ୟରେ ଜବରଦଖଲ ହୋଇଥିବା ବିପୁଳ ପରିମାଣ ଦେବୋତ୍ତର ଜମି ଚିହ୍ନଟ ହୋଇଛି । ଆଜି ଉତ୍ତର ଦିଗ ସର୍ଭେ ଚାଲିଥିବା ବେଳେ ରାସ୍ତା କଡ଼ରେ ଥିବା ଶ୍ରୀଜିଉଙ୍କ ୩ଟି ପ୍ଲଟ ଚିହ୍ନଟ ହୋଇଥିଲା । ଏହି ଜମିର ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଜମି ପୁନର୍ଦଖଲ ପାଇଁ ତ୍ୱରିତ କାର୍ଯ୍ୟାନୁÂାନ ନିଆ ଯାଇଥିଲା । କମିଶନରେଟ୍ ପୁଲିସ ସହାୟତାରେ ମନ୍ଦିର ପ୍ରଶାସନ ଜମି ନିଜ କବଜାକୁ ନେଇ ସେଥିରେ ଫଳକ ପୋତିଛି ।
ଆଜି ଚତୁର୍ଥ ଦିନରେ ସମନ୍ୱିତ ଭାବେ ଉତ୍ତର ଦ୍ୱାର ଠାରୁ ସର୍ଭେ କାମ ଆରମ୍ଭ ହୋଇଥିଲା । ଅମିନ ମାନେ ଉତ୍ତର ପଟ ମେଘନାଦ ପାଚେରିକୁ ଆଧାର କରି ବଢେ଼ଇବାଙ୍କ ଯାଏ ମାପ କରିଥିଲେ । ଉତ୍ତର ପଟ ମେଘନାଦ ପାଚେରିକୁ ଲାଗି ଠାକୁରଙ୍କ ଅନେକ ଜମି ଫାଙ୍କା ପଡ଼ିଛି । ଉକ୍ତ ଜମିର ଆକଳନ ପରେ ପାପନାଶିନୀ କଡ଼ ମୈତ୍ରେଶ୍ୱର ଓ ସିଦେ୍ଧଶ୍ୱର ମନ୍ଦିର ପର୍ଯ୍ୟନ୍ତ ମାପ ହୋଇଥିଲା । ମଧ୍ୟାହ୍ନରେ କିଛି ସମୟ ବିରତି ପରେ ପୁଣି ମାପ ରଥଦାଣ୍ଡ ମହାଖଳା ଠାରୁ ଆରମ୍ଭ ହୋଇଥିଲା । ଅମିନ ମାନେ ଚେନ୍ ଓ ଫିତା ପକାଇ ବିନ୍ଦୁସାଗର ପୂର୍ବ ଉପକୂଳ ବ୍ରହ୍ମା ଘାଟ ଯାଏ ପହଞ୍ଚିଥିଲେ । ସେପଟେ ଥିବା ଶ୍ରୀଜିଉଙ୍କ ପାଶ୍ୱର୍ ଦେବ ପୀଠ ଗୁଡ଼ିକ ଚିହ୍ନଟ ହୋଇ ତାହାର କ୍ଷେତ୍ରଫଳ ବାହାର କରା ଯାଇଥିଲା । ଏଥିରେ ବହୁ ପରିମାଣର ଦେବୋତ୍ତର ଜମି ଜବରଦଖଲ ହୋଇ ସେଥିରେ ଅବୈଧ ନିର୍ମାଣ ହୋଇଥିବା ଜଣାପଡ଼ିଥିଲା । ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ଅମିନ ଟିମ୍ ପୂର୍ବରୁ ଚିହ୍ନଟ ଜବରଦଖଲ ଜମି ମାପଚୁପ କରିବାକୁ ବିନ୍ଦୁସାଗର ଉତ୍ତର ପାଶ୍ୱର୍କୁ ଯାଇଥିଲେ । ମନ୍ଦିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସର ଏକ ସେକ୍ସନ ଫୋର୍ସ ସେଠାରେ ପହଞ୍ଚିଥିଲେ । ଜବରଦଖଲକାରୀଙ୍କ ବିରୋଧ ସତ୍ତେ୍ୱ କେଦାରନାଥ ଗବେଷଣା କେନ୍ଦ୍ର ସାମନାରେ ଥିବା ଏକ ବହୁ ମୂଲ୍ୟବାନ ଜମିରୁ ଜବରଦଖଲ ଉଚ୍ଛେଦ କରିଥିଲେ । ଉକ୍ତ ପ୍ଲଟରେ ଏହା ଶ୍ରୀଲିଙ୍ଗରାଜଙ୍କ ଜମି, ଅନୁପ୍ରବେଶ ଦଣ୍ଡନୀୟ ବୋଲି ଫଳକ ପୋତା ଯାଇଛି ।
Comments are closed, but trackbacks and pingbacks are open.