ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ଇଂରାଜୀ ନବବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଚତୁଃପାଶ୍ୱର୍ରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିଳମ୍ବରେ ହେଲେ ମଧ୍ୟ ଏହା ଭଲ ପଦକ୍ଷେପ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ସବୁ ମନ୍ଦିରର ସୁରକ୍ଷା ହେବା ଆବଶ୍ୟକ । ଗତ ତିନି ବର୍ଷ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକାର ଦାଣ୍ଡରେ ଚାଲିଚାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରରୁ ଆହୁରି ଭଲ କରିବା ଦରକାର ।
ଓଡ଼ିଶାର ଆରାଧ୍ୟ ପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରକୁ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ପ୍ରଭୁଙ୍କ କୃପାରୁ ଭାରତ ତଥା ଓଡ଼ିଶା ଆହୁରି ସମୃଦ୍ଧ । ଆଗାମୀ ଦିନରେ ସମସ୍ତେ ନିଜ ଜୀବନରେ ସଫଳ ହୁଅନ୍ତୁ । ପ୍ରଭୁଙ୍କ ଆର୍ଶୀବାଦରୁ ରାଜ୍ୟର ସାଢେ ୪ କୋଟି ନାଗରିକଙ୍କ ଉପରେ ରହିଥାଏ ବୋଲି ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଶ୍ରୀ ପ୍ରଧାନ କରିଛନ୍ତି ।
Comments are closed, but trackbacks and pingbacks are open.