ଷଷ୍ଠ କରୋନା ପଜିଟିଭ୍ ଜଣେ ତବଲିଗି ସଦସ୍ୟ, ରାଜ୍ୟକୁ ଫେରିଥିବା ୨୭ ତବଲିଗିଙ୍କ ମଧ୍ୟରୁ ୨୧ ଜଣଙ୍କ ନମୂନା ନେଗେଟିଭ୍ ଆସିଛି, ଆହୁରି ଆସିବେ ୪୦

Get real time updates directly on you device, subscribe now.

ଭୁବନେଶ୍ଵର : ଶୁକ୍ରବାର ଚିହ୍ନଟ ହୋଇଥିବା ରାଜ୍ୟର ଷଷ୍ଠ କରୋନା ପଜିଟିଭ୍ ହେଉଛନ୍ତି ଜଣେ ତବଲିଗି ସଦସ୍ୟ। ସେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧର୍ମ ସମ୍ମିଳନୀରେ ଯୋଗ ଦେଇ ଓଡିଶା ଫେରିଥିଲେ। ତାଙ୍କ ନମୂନା ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଏବେ ଯାଞ୍ଚ ଜାରି ରହିଛି। ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ସୂଚନା ଦେଇଛନ୍ତି। ଏହା ସହ ନିଜାମୁଦ୍ଦିନରୁ ଓଡିଶା ଫେରିଥିବା ତବଲିଗି ଏବଂ ସେମାନଙ୍କ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଶ୍ରୀବାଗ୍‌ଚୀ ସୂଚନା ରଖିଛନ୍ତି।
ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତରେ ଯୋଗ ଦେବା ପରେ ଆଜି ସୁଦ୍ଧା ୨୭ ଜଣ ଓଡିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ରହିଛନ୍ତି। ସେହି ୨୭ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ କରୋନା ନମୂନା ପରୀକ୍ଷଣ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଛି। ଅନ୍ୟ ପାଞ୍ଚ ଜଣଙ୍କର ପରୀକ୍ଷଣ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ସମସ୍ତ ୨୭ ତବଲିଗିଙ୍କ ପରିବାର ସଦସ୍ୟଙ୍କୁ ସଙ୍ଗରୋଧ କରି ରଖାଯାଇଛି। ଅନ୍ୟପକ୍ଷରେ ଆହୁରି ୪୦ ଜଣ ତବଲିଗି ଓଡିଶା ଫେରିବା ବାଟରେ ପଶ୍ଚିମବଙ୍ଗ, ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ଅଟକି ରହିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ୧୦ ଜଣ ତବଲିଗି ନିଜାମୁଦ୍ଦିନରୁ ଫେରି ଓଡିଶାର ତାଳଚେର ବୁଲିବାକୁ ଯାଇଥିଲେ। ଏବେ ସେହି ତବଲିଗି ମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ନମୂନା ପରୀକ୍ଷଣ ଜାରି ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons