ସଂକ୍ରମିତ ତାଲିକାରେ ପରିବା, ଚାହା ଓ ତେଜରାତି ଦୋକାନୀ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ନୂଆ ୮ପଜିଟିଭ୍ଙ୍କୁ ମିଶାଇ ଗଞ୍ଜାମରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୬୯୨ରେ । ରାଜ୍ୟରେ ତାଲିକାର ଶୀର୍ଷରେ ରହିଛି ଏହି ଜିଲ୍ଲା । ତେବେ ଉଦ୍ବେଗର କାରଣ ହେଲା ଗଞ୍ଜାମରେ ଏବେ ସବୁ ବର୍ଗକୁ ସଂକ୍ରମଣ ବ୍ୟାପିଲାଣି । ପ୍ରଥମେ ପ୍ରବାସୀ, ପରେ ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିବା କିଛି ସ୍ଥାନୀୟ ଲୋକେ, ଏହାପରେ କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ସଂକ୍ରମିତ ହୋଇଥିବାବେଳେ ଏବେ ଚାହା, ପରିବା ଓ ତେଜରାତି ଦୋକାନୀ ବି ସାମିଲ ହେଲେଣି ପଜିଟିଭ୍ ତାଲିକାରେ । ରବିବାର ସ୍ୱାବ୍ ପରୀକ୍ଷା ମଧ୍ୟରେ ୮ଜଣ ପଜିଟିଭ୍ ବାହାରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଚାହା ଦୋକାନୀ, ୪ଜଣ ପରିବା ବିକାଳି ଓ ୨ଜଣ ତେଜରାତି ଦୋକାନୀ ରହିଛନ୍ତି । ଏମାନେ ବେଲଗୁଣ୍ଠାରୁ ୪ଜଣ, ଖଲ୍ଲିକୋଟରୁ ୩ଜଣ ଓ ପୋଲସରାରୁ ଜଣେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରେ ଜଣାଇଛି । ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବାରୁ ଏମାନେ ସଂକ୍ରମିତ ହୋଇଥିବା ଟ୍ୱିଟ୍ରେ ଦର୍ଶାଯାଇଛି । କେତେଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ତାହା ଖୋଳତାଡ଼ ଆରମ୍ଭ ହୋଇସାରିଛ । ସଂପୃକ୍ତ ଅଞ୍ଚଳରେ ଗୋÂୀ ସଂକ୍ରମଣ କିଭଳି ନହେବ ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଦୋକାନି ମାନେ ସଂକ୍ରମିତ ହେବା ଏବେ ଚିନ୍ତାର କାରଣ ହୋଇଛି ।
ଜିଲ୍ଲାରେ ନୂଆ ୮ଜଣ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ରୋଗୀଙ୍କ ସଂଖ୍ୟା ୬୯୨ ହୋଇଛି । ସେପଟେ ଜିଲ୍ଲାରେ ୫୯୫ଜଣ ସୁସ୍ଥ ଥିଲେ, ସୋମବାର ପୁଣି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬୧୩ ହୋଇଥିବା ବେଳେ ୬ଜଣଙ୍କ ମୃତୁ୍ୟ ହୋଇସାରିଛି ଏବଂ ୭୩ଜଣ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସାଧୀନ ରହିଛନ୍ତି ।
ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରକୁ ବାହାର ଲୋକଙ୍କୁ ଯିବାକୁ ମନା କରାଯାଇଛି । ଅଯଥାରେ ବାହାରେ ବୁଲାବୁଲି କରିବା ମନା ହୋଇଥିବା ବେଳେ ସତର୍କତା ଅବଲମ୍ବନ, ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି । କେତେକ ଲୋକ ନିଦେ୍ର୍ଧଶ ମାନୁନଥିବାରୁ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ କରାଯାଇଛି । ତଥାପି କିଛି ଲୋକ କଟକଣା ନାମାି ବାହାରେ ବୁଲାବୁଲି କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons