ଜୟପୁର: ବିଜେଡି ପକ୍ଷରୁ ଆଜିି ରଣ୍ଡାପାଲ୍ଲୀ ପଞ୍ଚାୟତ ସାନକାଉଡିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବିଜେଡି ନେତ୍ରୀ ଡ. ଇନ୍ଦିରା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଇଂ ଈଶ୍ୱର ପାଣିଗ୍ରାହୀ, ମୋ ପରିବାର ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗି, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ବ୍ଲକ ସଭାପତି ବିନୋଦ ପାତ୍ର, ବ୍ଲକ ଯୁବ ସଭାପତି ମୃତୁ୍ୟଞ୍ଜୟ ମାଝି, ବ୍ଲକ ଉପାଧ୍ୟକ୍ଷ ଈଶ୍ୱର ବାଗ୍, ବାଲା ରାୟ, ବିଷ୍ଣୁ ପ୍ରସାଦ ପାତ୍ର, ଶିବ ପ;ନାୟକ, ସୁଧୀର ତ୍ରିପାଠୀଙ୍କ ସହ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତୀ ନନ୍ଦ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଅଭାବ ଦେଖାଦେଇଛି । କରୋନା ସଂକ୍ରମଣ ଯୋଗୁ ରକ୍ତଦାନ ଶିବିର ହେଉନି । ଯାହାଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ରକ୍ତ ନପାଇ ହଇରାଣ ହେଉଛନ୍ତି । ରକ୍ତ ପାଇଁ କିପରି ଜଣଙ୍କ ଜୀବନ ଯିବ ନାହିଁ,ଏହାକୁ ଦୃଷ୍ଟିରେ ରଖି ଆଜି ବିଜେଡି ପକ୍ଷରୁ ରକ୍ତାଦାନ ଶିବିର ଆୟୋଜନ କରାଯାଇଥିଲା । ବିଶେଷ କରି ଗାଁଗହଳିର ଯୁବକଯୁବତୀ କିପରି ରକ୍ତ ଦେବାରେ ଉତ୍ସାହ ହେବ, ସେଥିପାଇଁ ଏହି ଗାଁକୁ ଚୟନ କରାଯାଇଥିଲା । ସହର ଭଳି ଗାଁର ଯୁବକଯୁବତୀଙ୍କ ମଧ୍ୟରେ ରକ୍ତଦାନ କରିବାରେ ଉତ୍ସହ ରହିଛି । ସେମାନେ ରକ୍ତର ମୂଲ୍ୟ ବୁଝିଛନ୍ତି । ରକ୍ତଦାନ କରିଥିବା ଯୁବକଯୁବତୀଙ୍କୁ ପ୍ରମାଣପତ୍ର ସହ ଚାରା ଦିଆଯାଇଥିଲା । ଆଗକୁ ମଧ୍ୟ ଗ୍ରାମାଞ୍ଚଳରେ ବିଜେଡି ପକ୍ଷରୁ ରକ୍ତଦାନ ଶିିବିର ଆୟୋଜନ କରାଯିବ । ଆଜି ସଂଗ୍ରହ ହୋଇଥିବା ୧୧୪ ୟୁନିଟରୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ୩୪ ୟୁନିଟ ପଠାଯାଇଛି । ବଳକା ଏଠାର ରକ୍ତଭଣ୍ଡାରକୁ ଦିଆଯାଇଛି । ଶ୍ରୀ ମତୀ ନନ୍ଦ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ଆହ୍ୱାନରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରି ରକ୍ତଦାନ କରିବାକୁ ଉତ୍ସାହ କରାଯାଉଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.