ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍) ଓଡିÿଶା ସେକ୍ଟରର ପୁଲିସ ମହାନିରୀକ୍ଷକ ଭାବେ ସଂଗ୍ରାମ କେଶରୀ ମହାନ୍ତି ଆଜିଠୁ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ସିଆରପିଏଫର ଦକ୍ଷୀଣ ଜୋନ୍ (ହାଇଦ୍ରାବାଦ)ରୁ ଓଡିÿଶା ସେକ୍ଟରକୁ ବଦଳି ହୋଇଛନ୍ତି ।
ଶ୍ରୀ ମହାନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଭାଗର ଛାତ୍ର ଥିଲେ । ୧୯୮୬ରେ ସିଆର୍ପିଏଫ୍ର କ୍ୟାଡର ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ସିଆର୍ପିଏଫ୍ର ଡେପୁଟି ଏସ୍ପି ଭାବେ ନିଯୁକ୍ତି ପାଇବା ପରେ ମାଉଣ୍ଟଆବୁସ୍ଥିତ ଆନ୍ତରିକ ସୁରକ୍ଷା ଏକାଡେମୀରେ ତାଲିମ୍ ନେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଉତ୍ତମ ଆଉଟ୍ ଡୋର ପ୍ରଶିକ୍ଷାର୍ଥୀ ଭାବେ ତାଙ୍କୁ ଘୋଷଣା କରାଯାଇଥିଲା ।
କାର୍ଯ୍ୟକାଳରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହେଉ କି ଏଲ୍ଡବ୍ଲୁ୍ୟଇ ମାଓବାଦୀ ଦମନରେ ସେ ବେଶ୍ ଦକ୍ଷତା ହାସଲ କରିଛନ୍ତି । ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାହାରୀ ସୁରକ୍ଷା ଟିମ୍ରେ ଥିଲେ । ୨୦୦୯ ମସିହାରେ ଡୁ୍ୟଟିରେ ପ୍ରଶଂସନୀୟ ସେବା ପାଇଁ ସେ ରାଷ୍ଟ୍ରପତି ମେଡାଲ ପାଇଥିଲେ । ୨୦୦୮ ମସିହାରେ ଇଟାଲିରେ ଲେଭଲ୍-୧ ମ୍ୟାନେଜମେଣ୍ଟ କୋର୍ସ ବି କରିଛନ୍ତି ।
Comments are closed, but trackbacks and pingbacks are open.