କେନ୍ଦୁଝର, (ବି.ବି.ନୁ୍ୟଜ୍): ଜଙ୍ଗଲ, ପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଆଉ ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଗତକିଛି ଦିନ ତଳେ କେରଳରେ ଖାଦ୍ୟ ସନ୍ଧାନରେ ଗାଁ ଭିତରକୁ ପଶି ଆସିଥିବା ଏକ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବାଣ ପୂରାଇ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ହେଲେ କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ଘଟିଚାଲିଥିବାବେଳେ ତାହାକୁ ଚପାଇ ଦିଆଯାଉଛି । ଶୁକ୍ରବାର କେନ୍ଦୁଝର ବନଖଣ୍ଡର ସଦର ବନାଞ୍ଚଳ ବାରବାଙ୍କ ସଂରକ୍ଷିତ ଜଙ୍ଗଲର ପିଠାଗୋଳା ବିଟ୍ର ଟାଙ୍ଗରବାହାଳ ଜଙ୍ଗଲରେ ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଫଳରେ ଚଳିତବର୍ଷ ହାତୀ ମୃତୁ୍ୟ ସଂଖ୍ୟା ୬ରେ ପହଞ୍ଚିଛି । ଶୁକ୍ରବାର ସଦର ବନାଞ୍ଚଳର କେରୀ ଜଙ୍ଗଲରେ ଏକ ହାତୀ ନବଜାତକକୁ ଜନ୍ମ ଦେଇଥିବା ବେଳେ ଆଉ ଏକ ମାଈହାତୀର ମୃତୁ୍ୟ ଖବର ଦୁଃଖଦ ଘଟଣା ବୋଲି କୁହାଯାଉଛି ।
ଶୁକ୍ରବାର ଛତୁ ତୋଳିବାକୁ ଟାଙ୍ଗରବାହାଳ ଗ୍ରାମର ମହିଳାମାନେ ଜଙ୍ଗଲକୁ ଯାଇଥିବାବେଳେ ଦୁର୍ଗନ୍ଧ ହେଉଥିବାରୁ ସନେ୍ଦହ କରି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ହାତୀଟି ମରି ପଡ଼ିଥିବାବେଳେ ଶରୀରରେ ପୋକ ସାଲୁବାଲୁ ହେଉଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଞ୍ଚ ଜଙ୍ଗଲରେ ବନବିଭାଗ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହ ଦେଖିବାରୁ ପ୍ରାୟ ୫ା୬ ଦିନ ତଳେ ହାତୀଟି ମରିଥିବା ସନେ୍ଦହ କରାଯାଉଛି । ହାତୀର ବାମ ଗୋଡ ଉପର ପାଶ୍ୱର୍ରେ ଗଭୀର କ୍ଷତି ହୋଇଥିବାରୁ ଗୁଳିବିଦ୍ଧ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶିକାର କରିବା ଉଦେ୍ଧଶ୍ୟରେ ଦୁର୍ବୃତ୍ତ ଗୁଳି ଚଳାଇଥିବାରୁ ଲକ୍ଷ୍ୟଭ୍ରଷ୍ଟ ହୋଇ ମାଈହାତୀ ଦେହରେ ବାଜିବାରୁ ମୃତୁ୍ୟ ହୋଇଥିôବା ଚର୍ଚ୍ଚା ହେଉଛି । ହାତୀର ଶୁଣ୍ଢ କଳାପଡି ସମ୍ପୂର୍ଣ୍ଣ ପଚି ଯାଇଛି । ଖବରପାଇ ବନବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ଡାକ୍ତରୀ ଦଳ ଯାଇଛନ୍ତି । ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତିବା ପାଇଁ ଜେସିବି ନିଆଯାଉଥିବା ବେଳେ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ପାହାଡ ଯୋଗୁ ମେସିନ୍ ପହଞ୍ଚି ନ ପାରି ଅଧାରାସ୍ତାରୁ ଫେରି ଆସିଥିଲା । ତେବେ ହାତୀ ମୃତୁ୍ୟ ଘଟଣାକୁ ଚପାଇ ଦେବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ରକାଶଥାଉକି ଚଳିତ ବର୍ଷ କେନ୍ଦୁଝର ବନଖଣ୍ଡରେ ଲହି ଘଟଣାକୁ ମିଶାଇ ୬ଟି ହାତୀ ବିଭିନ୍ନ କାରଣରୁ ମୃତୁ୍ୟବରଣ କରିଛନ୍ତି । ଚମ୍ପୁଆ ରେଞ୍ଜରେ ୪ଟି, ବଡ଼ବିଲରେ ଗୋଟିଏ ଓ ସଦର ବନାଞ୍ଚଳରେ ଗୋଟିଏ ହାତୀ ମୃତୁ୍ୟବରଣ କରିଛି । ସେଥିମଧ୍ୟରୁ ୪ଟି ଦନ୍ତା ଓ ୨ଟି ମାଈ ହାତୀ ରହିଛନ୍ତି ।
Comments are closed, but trackbacks and pingbacks are open.