ସଂଶୋଧିତ ଆଇବିସି କୋଡ୍କୁ ମଞ୍ଜୁରି : ୩୩୦ ଦିନରେ ଦେବାଳିଆ ମାମଲାର ସମାଧାନ

Get real time updates directly on you device, subscribe now.

ନୂଆଦିଲ୍ଲୀ:ସର୍ବାଧିକ ୩୩୦ ଦିନ ମଧ୍ୟରେ ଦେବାଳିଆ ମାମଲାଗୁଡିକର ସମାଧାନ ହେବ । ଏହି ସମୟ ମଧ୍ୟରେ ସବୁ ପ୍ରକାର ବିବାଦ ଏବଂ ଆଇନଗତ ପ୍ରକ୍ରିୟା ଶେଷ ହେବ । କେନ୍ଦ୍ର ସରକାର ବୁଧବାର ଇନ୍ସଲ୍ଭେନ୍ସି ଏବଂ ବ୍ୟାଙ୍କରପ୍ସି କୋଡ୍(ଆଇବିସି)ର ୭ଟି ସଂଶୋଧନକୁ ମଞ୍ଜୁରି ଦେଇଥିବାବେଳେ ଏଥିରେ ଏସବୁ ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ସଂଶୋଧିତ ଆଇବିସି କୋଡ୍କୁ ମଞ୍ଜୁରି ମିଳିଛି ।
ସୂଚନାଯୋଗ୍ୟ, ସମ୍ପ୍ରତି ସର୍ବାଧିକ ୨୭୦ ଦିନ ମଧ୍ୟରେ ଏକ ସମାଧାନ ଯୋଜନାକୁ ମଞ୍ଜୁରି ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ବିଭିନ୍ନ ପକ୍ଷ ଦ୍ୱାରା କରାଯାଉଥିବା ଚ୍ୟାଲେଞ୍ଜଗୁଡିକ ଯୋଗୁ ଅନେକ ଅତରିକ୍ତ ସମୟ ନିଆଯାଉଛି । ଏସବୁ ମଧ୍ୟରେ ମାମଲାଗୁଡିକର ସମାଧାନ ବିଳମ୍ବ ହେଉଥିବା ଜଣାଯାଇଛି ।
ନିର୍ଦ୍ଧାରିତ ସମୟ ମଧ୍ୟରେ କମ୍ପାନିଗୁଡିକର ପୁନରୁଦ୍ଧାର ପାଇଁ କଡ଼ା ନିୟମ ଅଣାଯାଇଛି । ଦେବାଳିଆ କମ୍ପାନିଗୁଡିକର ମୂଲ୍ୟ ବଢ଼ାଇବା ପାଇଁ ମଧ୍ୟ ବନ୍ଦୋବସ୍ଥ କରାଯାଇଛି । ପୁନରୁଦ୍ଧାର ଯୋଜନାକୁ ସମର୍ଥନ କରୁ ନ ଥିବା ଋଣ ପ୍ରଦାନକାରୀଙ୍କ ଅଧିକାରକୁ ନେଇ ସ୍ପଷ୍ଟ କରିବା ପାଇଁ ସଂଶୋଧନ ଆଇନରେ ଉଲ୍ଲେଖ କରାଯାଇଛି । କୋଡରେ ଥିବା ଅନୁକ୍ରମ ଅନୁସାରେ ସେମାନଙ୍କୁ ବକେୟା ରାଶି ପୈଠ କରାଯିବ ବୋଲି ସଂଶୋଧିତ ଆଇନରେ ରହିଛି । ଅନ୍ୟ ଏକ ନିଷ୍ପତ୍ତି କ୍ରମେ କ୍ୟାବିନେଟ୍ କମିଟି ପଞ୍ଚଦଶ ଅର୍ଥ କମିସନ୍ର କାର୍ଯ୍ୟକାଳରେ ମାସେ ଅର୍ଥାତ୍ ନଭେମ୍ବର ୩୦ ଯାଏ ସମ୍ପ୍ରସାରଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons