ସଂଶୋଧିତ ନାଗରିକତା ଆଇନକୁ ବିରୋଧ:ଦିଲ୍ଲୀ, ପଶ୍ଚିମବଙ୍ଗକୁ ବ୍ୟାପିଲା ହିଂସା

Get real time updates directly on you device, subscribe now.

ଗୌହାଟୀ/ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିବା ପରେ ନାଗରିକତା (ସଂଶୋଧନ) ବିଲ୍ ୨୦୧୯ ଆଇନରେ ପରିଣତ ହୋଇଛି । ଏହାକୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଆସାମରେ ଆଇନକୁ ଜୋରଦାର ବିରୋଧ କରାଯାଉଛି । ଛାତ୍ରଛାତ୍ରୀ, ବରିÂ ନାଗରିକ, କଳାକାର ଏବଂ ଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି । ଶତାଧିକ ଲୋକ ଅନଶନ ଧର୍ମଘଟ କରିଛନ୍ତି । ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଜି ୧୨ଟି ପିଟିସନ୍ ଦାଖଲ ହୋଇଛି । ଅଣ ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଆଇନରେ ବ୍ୟବସ୍ଥା ଥିବାରୁ ଏହି ଆନେ୍ଦାଳନ ଜାରି ରହିଛି । ଉତ୍ତର ପୂର୍ବରେ ଦେଖାଦେଇଥିବା ହିଂସା ଏବେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି ।
ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶୁକ୍ରବାର ଆନେ୍ଦାଳନକୁ ଓହ୍ଲାଇଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ଜୋରଦାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ପୁଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍କୁ ସେମାନେ ଖାତିର ନ କରି ଆଗକୁ ବଢ଼ିଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ ପୁଲିସକୁ ଶେଷରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିବାକୁ ପଡ଼ିଛି । ଆନେ୍ଦାଳନ ଯୋଗୁ ୨ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଛି । ଦିଲ୍ଲୀ ମେଟ୍ରୋର ପଟେଲ ଚୌକର ପ୍ରବେଶ ଓ ପ୍ରସ୍ଥାନ ଏବଂ ଜନପଥ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ଫଳରେ ଏଠାରେ ଟ୍ରେନ ଚଳାଚଳ ବାତିଲ ହୋଇଯାଇଛି ।
ସେପଟେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ହଜାର ହଜାର ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ବେଲଡାଙ୍ଗ ରେଳଷ୍ଟେସନ ପରିସରରେ ବିକ୍ଷୋଭକାରୀ ନିଅାଁ ଲଗାଇ ଦେଇଛନ୍ତି । ଏମିତି କି ସେମାନେ ଆରପିଏଫ କର୍ମୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଅନେକ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାରେ ଗଣଆନେ୍ଦାଳନ ଆରମ୍ଭ କରାଯାଇଛି ।
ପଶ୍ଚିମବଙ୍ଗରେ ଆନେ୍ଦାଳନ ଉଗ୍ର ରୂପ ନେବାରୁ ରାଜ୍ୟରେ କେତେକ ଟ୍ରେନ୍ ଚଳାଚଳ ବାତିଲ ହୋଇଯାଇଛି । ପାଖାପାଖି ୨୫୦ ଲୋକ ବାଲିଛକ-ହାଓଡ଼ା ଟ୍ରେନ୍, ହାଓଡ଼ା-କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଦିଘା କଣ୍ଡାରି ଏକ୍ସପ୍ରେସ ଏବଂ ଅନ୍ୟ କେତେକ ଟ୍ରେନ୍କୁ ଅଟକାଇବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି ।
ଆସାମ ପରିସ୍ଥିତି ଯଥା ପୂର୍ବଂ ତଥା ପର ସ୍ଥିତିରେ ରହିଛି । ଏଠାରେ ଅଧିକ ସୁରକ୍ଷା କର୍ମୀ ଓ ସେନା ମୁତୟନ ସତ୍ତେ୍ୱ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରି ନାହିଁ । ପରିସ୍ଥିତି ଅଣାୟତ୍ତ ହେବାରୁ ଆସାମର ଦିଗବୋଇରେ ଥିବା ତୈଳ ବିଶୋଧନଗାରକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ବନ୍ଦ କରିଦେଇଛି । ସେହିଭଳି ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏହାର ଏଲ୍ପିଜି ଓ ଅଶୋଧିତ ତୈଳ ଉପôାଦନକୁ ବାଧ୍ୟହୋଇ ବନ୍ଦ କରିଦେଇଛି । ବିକ୍ଷୋଭ ଯୋଗୁ ତୈଳ ଟ୍ୟାଙ୍କର ଓ ଟ୍ରକ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଆସାମ ସ୍ଥିତିକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ, ସିଆରପିଏଫ, ରାଜ୍ୟ ପୁଲିସ ବାହିନୀ ଏବଂ ଅର୍ଦ୍ଧ ସାମରିକ ବାହିନୀ ଯଥେଷ୍ଟ ନ ହେବାରୁ ଆଜି ଆହୁରି ୨୬ ସୈନ୍ୟ ଦଳ ଆସାମକୁ ପଠାଯାଇଛି । ବିକ୍ଷୋଭକାରୀଙ୍କୁ ଆନେ୍ଦାଳନରୁ ଓହରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି । ନଚେତ୍ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଜି ମୋଟ ୧୨ଟି ପିଟିସନ ଦାଖଲ କରାଯାଇଛି । ଆବେଦନକାରୀଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିୟନ୍ ମୁସ୍ଲିମ୍ ଲିଗ୍, ଜୟରାମ ରମେଶ, ପୂର୍ବତନ ଉଚ୍ଚାୟୁକ୍ତ ଦେବ୍ ମୁଖାର୍ଜୀ, ଅଲ୍ ଆସାମ ଷ୍ଟୁଡେଣ୍ଟ୍ସ ୟୁନିୟନ୍ ରହିଥିବା ଜଣାପଡ଼ିଛି । ଆସାମରେ ଆନେ୍ଦାଳନ ଯୋଗୁ ଦୋକାନ ବଜାର ଆଦି ଅନେକ ସ୍ଥାନରେ ବନ୍ଦ ରହିଛି । ଫଳରେ ଲୋକଙ୍କ ଦୁର୍ଦ୍ଧଶା ବଢ଼ିବାରେ ଲାଗିଛି ।
ଉତ୍ତର ପୂର୍ବରେ ଏଭଳି ହିଂସା ଜାରି ରହିଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ସ୍ଥଗିତ ରହିଛି । ସେ ଡିସେମ୍ବର ୧୫ରୁ ୧୭ ଯାଏ ଭାରତରେ ରହିଥାନ୍ତେ ଏବଂ ଗୌହାଟୀରେ ମୋଦିଙ୍କ ସହ ତାଙ୍କର ବାର୍ଷିକ ସାକ୍ଷାତ ହୋଇଥାନ୍ତା । ଏ ନେଇ ବହିର୍ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଆବେଙ୍କ ଗସ୍ତକୁ ସ୍ଥଗିତ ରଖିବା ପାଇଁ ଉଭୟ ଭାରତ ଓ ଜାପାନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ପରେ ଏ ନେଇ ଏକ ନୂଆ ତାରିଖ ଚୂଡ଼ାନ୍ତ କରାଯିବ ।
ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସିଲଙ୍ଗ୍ ଗସ୍ତ ଆଜି ବାତିଲ ହୋଇଯାଇଛି । ରବିବାର ଶାହ ଉତ୍ତର ପୂର୍ବ ପୁଲିସ ଏକାଡେମି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ନାଗରିକତା ଆଇନକୁ ନେଇ ସିଲଙ୍ଗ୍ରେ ମଧ୍ୟ ବିକ୍ଷୋଭ ଚାଲିଥିବାରୁ ଏହି ଗସ୍ତ ବାତିଲ କରାଯାଇଛି । ସେପଟେ ଭାରତରେ ଏଭଳି ବିକ୍ଷୋଭ ଚାଲିଥିବାରୁ ବି୍ରଟେନ୍, ଇସ୍ରାଏଲ୍ ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ସରକାର ସେମାନଙ୍କ ନାଗରିକମାନଙ୍କୁ ଭାରତ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons