ସଂସଦରେ ଏନ୍ଆଇଏ ବିଲ୍ ଗୃହୀତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆତଙ୍କବାଦ ସଂକ୍ରାନ୍ତ ବିଭିନ୍ନ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ମିଳିବ ଅଧିକ କ୍ଷମତା । ଦେଶ ବାହାରେ ଭାରତୀୟ ନାଗରିକ ଅଥବା ଦେଶର ବିଭିନ୍ନ ପ୍ରତିଷ୍ଠାନ ଉପରେ ହେଉଥିବା ସବୁ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଏନ୍ଆଇଏ କରିବ । ଖାଲି ସେତିକି ନୁହେଁ, ସାଇବର କ୍ରାଇମ୍, ମାନବ ଚାଲାଣ, ନକଲି ନୋଟ କାରବାର, ନିଷିଦ୍ଧ ଅସ୍ତ୍ରଶସ୍ତ୍ର ବିକ୍ରି ଓ ବ୍ୟବହାର, ବିସ୍ଫୋରକ ସାମଗ୍ରୀ ଜବତ ଆଦି ଘଟଣାରେ ମଧ୍ୟ ଏନ୍ଆଇଏ ତଦନ୍ତ କରିବ । ଏ ନେଇ ଉଦ୍ଦିଷ୍ଟ ଏନ୍ଆଇଏ (ସଂଶୋଧନ) ବିଲ୍ ୨୦୧୯କୁ ସଂସଦରେ ମଞ୍ଜୁରି ମିଳିଛି ।
ଦୁଇଦିନ ତଳେ ଲୋକସଭାର ଅନୁମୋଦନ ମିଳିବା ପରେ ବିଲ୍ଟି ରାଜ୍ୟସଭାକୁ ଆସିଥିଲା । ରାଜ୍ୟସଭାରେ ବିଲ୍ ଉପରେ ଆଜି ବିତର୍କ ଚାଲିଥିଲା । କିନ୍ତୁ ଏଥିରେ ରହିଥିବା କେତେକ ବ୍ୟବସ୍ଥା ଉପରେ ବାମଦଳ ସାଂସଦମାନେ ପ୍ରଶ୍ନ ଉଠାଇଥିଲେ । ବିଲ୍କୁ ଏକ ଚୟନ କମିଟି ନିକଟକୁ ପଠାଇବା ଲାଗି ସେମାନେ ଦାବି କରିଥିଲେ । କିନ୍ତୁ ଟ୍ରେଜରି ବେଞ୍ଚ ଏଥିରେ ରାଜି ନ ହେବାରୁ ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ପରେ ବିଲ୍କୁ ବାଚନିକ ଭୋଟ୍ରେ ମଞ୍ଜୁରି ମିଳିଥିଲା । ଏହି ବିଧେୟକରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ଏଥିରେ ରହିଥିବା ଅନ୍ୟ ଏକ ଗୁରୁତ୍ୱପୂଣ୍ଣ ର୍ ବ୍ୟବସ୍ଥା ଅନୁସାରେ ବିଭିନ୍ନ ମାମଲାର ବିଚାର କରିବା ପାଇଁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ।
ଆଜି ରାଜ୍ୟସଭାରେ ବିଲ୍ ଉପରେ ନିଜ ଯୁକ୍ତି ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ଏନ୍ଆଇଏ ବିଶ୍ୱର ଯେ କୌଣସି ରାଷ୍ଟ୍ରରେ ଭାରତୀୟ ନାଗରିକ ଓ ଭାରତୀୟ ସଂସ୍ଥା ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ଉପରେ ନଜର ରଖିବ । ଆକ୍ରମଣ ମାମଲାର ଏହା ତଦନ୍ତ କରିପାରିବ । ସେଥିପାଇଁ ଏହି ବିଲ୍କୁ ଅଣାଯାଇଛି । ତାଙ୍କ କହିବାନୁଯାୟୀ ୨୦୧୪ରୁ ୨୦୧୯ ଜୁଲାଇ ୧୭ ପର୍ଯ୍ୟନ୍ତ ଏନ୍ଆଇଏ ମୋଟ ୧୯୫ ମାମଲା ଦାଏର କରିଥିଲା । ଏଥିରୁ ୧୨୯ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୪୪ ମାମଲାର ଦଫାରଫା କରାଯାଇଛି । ଏଥିରୁ ୪୧ ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons