ସଂସଦରେ ରଖିଲେ ୨ଘଣ୍ଟା ୪୧ ମିନିଟ୍‌ର ବଜେଟ୍‌ ଅଭିଭାଷଣ

Get real time updates directly on you device, subscribe now.

ନୂଆଦିଲ୍ଲୀ : ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଦ୍ୱିତୀୟବାର ବଜେଟ ଉପସ୍ଥାପନ କରିବାରେ ଇତିହାସ ସୃଷ୍ଟି କରିଛନ୍ତି ନିର୍ମଳା। ବଜେଟରେ ଅନେକ ସଂସ୍କାରମୂଳକ ପଦକ୍ଷେପ ସହ ଟିକସ ବ୍ୟବସ୍ଥା ସରଳୀକରଣ କରାଯାଇଥିବା ଅର୍ଥମନ୍ତ୍ରୀ ଗୃହରେ କହିଛନ୍ତି। ଏସବୁ ଭିତରେ ସମସ୍ତଙ୍କ ଫୋକସରେ ଥିଲେ ସୀତାରମଣ । ପାଖାପାଖି ୨ ଘଣ୍ଟା ୪୧ ମିନିଟ୍‌ର ଦୀର୍ଘ ଅଭିଭାଷଣ ରଖି ନିର୍ମଳା ଇତିହାସ ସୃଷ୍ଟି କରିଛନ୍ତି ।
ବିଗ୍ ବଜେଟ, ଲଙ୍ଗ ଟାଇମ୍‌ । ପାଖାପାଖି ୨ ଘଣ୍ଟା ୪୧ ମିନିଟ୍‌ର ଅଭିଭାଷଣ । ଶନିବାର ସଂସଦରେ ସବୁଠାରୁ ଦୀର୍ଘତମ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଶେଷ ଆଡକୁ ଗଳା ଖରାପ ହେବାରୁ ସେ ଆଉ ହଜେଟ୍ ପଢିପାରିନଥିଲେ । ଏଣୁ ବାଚସ୍ପତିଙ୍କୁ କହିଥିଲେ ସାର ଅବଶିଷ୍ଟ ଦୁଇ ପୃଷ୍ଠା ବାକି ଅଛି । ଏହାକୁ ରଖିଦେବାକୁ ଚିନ୍ତା କରୁଛି ।
ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପାଖକୁ ଦୁଇ ଜଣ ସାଂସଦ ଯାଇଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡ ଟୁଙ୍ଗାରି ସମ୍ମତି ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଥମ୍‌ସ୍‌–ଅପ୍‌’ ସଙ୍କେତ ଦେଇଥିଲେ। ବାଚସ୍ପତିଙ୍କ ଅନୁମତି ପରେ ତାକୁ ନ ପଢି ସେ ରଖି ଦେଇଥିଲେ । ସ୍ୱାଧୀନ ଭାରତର ଇତିହାସରେ ଏହା ସବୁଠାରୁ ଦୀର୍ଘ ବଜେଟ ଅଭିଭାଷଣ । ​ଏହା ପୂର୍ବରୁ ୨୦୦୩ରେ ଯଶୱନ୍ତ ସିଂହ ସଂସଦରେ ୨ଘଣ୍ଟା ୧୫ ମିନିଟ୍‌ର ବଜେଟ ଅଭିଭାଷଣ ପଢିଥିବାର ରେକର୍ଡ ଅଛି।
ବଜେଟ୍ ଉପସ୍ଥାପନ ପୂର୍ବରୁ ନିର୍ମଳା ସୀତାରମଣ, ଏକ କାଶ୍ମୀର କବିତା ଗାଇ ଚର୍ଚ୍ଚାକୁ ଆସିଛନ୍ତି । କାଶ୍ମୀର କବି ପଣ୍ଡିତ ଦୀନାନାଥ କୌଲଙ୍କର କବିତାର ହିନ୍ଦୀ ରୂପାନ୍ତର କରି ଶୁଣାଇଥିଲେ ନିର୍ମଳା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପରେ ନିର୍ମଳା ସୀତରମଣ ହେଉଛନ୍ତି ଦ୍ୱିତୀୟମହିଳା ଯିଏ ସଂସଦରେ ଲଗାତାର ଦ୍ୱିତୀୟ ବାର ବଜେଟ ଉପସ୍ଥାପନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons