ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାରୁ ଗଛରେ ବନ୍ଧା ହେଲେ ପ୍ରଧାନଶିକ୍ଷକ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାରୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପ୍ରଧାନଶିକ୍ଷକ । ଏପରିକି ଗାଁର କିଛ ିଯୁବକ ତାଙ୍କୁ ଗଛରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ । ଗତ ୧୯ ତାରିଖରୁ ଏପରି ଘଟଣା ଘଟିଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁÂାନ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି ପ୍ରଧାନଶିକ୍ଷକ । ସୂଚନା ମୁତାବକ , ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରଟରୁ ଫେରିଥିବା ୬ ଜଣ ପ୍ରବାସୀଙ୍କୁ ଗତ ୧୮ ତାରିଖରେ ରଖାଯାଇଥିଲା । ଗାଁରେ କ୍ୱାରେଣ୍ଟାଇନ୍ ସେଣ୍ଟର ହେଲେ ସେମାନଙ୍କୁ କରୋନା ହେବ ଆଶଙ୍କା କରି ଗାଁର କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଏପରିକି ସେମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଖବର ପାଇ ଗତ ୧୯ ତାରିଖରେ ପ୍ରଧାନଶିକ୍ଷକ ସ୍କୁଲ ଗେଟ ନିକଟରେ ପହଞ୍ଚିଥିଲେ । ଏହାପରେ ଗ୍ରାମର ୩ ଜଣ ଅସାମାଜିକ ଯୁବକ ଗଛରେ ବାନ୍ଧି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ଜଗନ୍ନାତପ୍ରସାଦ ବିଡିଓ, ଥାନା ଅଧିକାରୀ ଓ ସରପଞ୍ଚ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରାଇଥିଲେ ।ଏହାପରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ମିମାଂସା ହୋଇଥିବା ବେଳେ ପୋଲିସ ଆପୋଷ ବୁଝାମଣା କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି । ହେଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି କରି ଘଟଣା ନେଇ ଶିକ୍ଷକ ସଂଘ ଜରିଆରେ ସେ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons