ମୁମ୍ବାଇ: ବଲିଉଡ୍ ଜଗତର ପ୍ରସିଦ୍ଧ ସଙ୍ଗୀତ ନିଦେ୍ର୍ଧଶକ ୱାଜିଦ୍ ଖାନ୍ଙ୍କର ରବିବାର ରାତି୍ରରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ କିଡ୍ନି ଓ ହୃଦ୍ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର ଚେମ୍ବୁରସ୍ଥିତ ସୁରନା ସେଠିଆ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୁମ୍ବାଇର ବର୍ସୋବା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ୱାଜିଦ୍ଙ୍କ ପରଲୋକ ପରେ ‘ସାଜିଦ୍-ୱାଜିଦ୍’ ଯୋଡ଼ି ଭାଙ୍ଗିଯାଇଛି ।
ମୃତୁ୍ୟ ପୂର୍ବରୁ ୱାଜିଦ୍ଙ୍କର କରୋନା ପରୀକ୍ଷା କରାଯାଇଥିଲା । ନମୁନା ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ କିଡ୍ନି ସଂକ୍ରମଣ ଯୋଗୁ ହିଁ ତାଙ୍କର ମୃତୁ୍ୟ ଘଟିଥିବା ସ୍ପଷ୍ଟ ହୋଇଛି । କିଛିଦିନ ତଳେ ତାଙ୍କର କିଡ୍ନି ପ୍ରତିରୋପଣ ହୋଇଥିଲା । ୱାଜିଦ୍ଙ୍କ ପରଲୋକ ସମ୍ପର୍କରେ ପ୍ରଥମେ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ସୋନୁ ନିଗମ ସ୍ପଷ୍ଟ କରିଥିଲେ । ‘ମୋ ଭାଇ ଆମକୁ ଛାଡ଼ିଗଲା’ ବୋଲି ସେ ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ । ୱାଜିଦ୍ଙ୍କ ଅନ୍ତିମ ସଂସ୍କାରରେ ପତ୍ନୀ ମାର୍ୟମ ଆସିଫ୍ ସିଦ୍ଧିକି ଏବଂ ପିଲାମାନେ ଉପସ୍ଥିତ ଥିଲେ ।
ୱାଜିଦ୍ଙ୍କ ମୃତୁ୍ୟ ଖବର ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଅଭିନେତା ସଲ୍ମାନ୍ ଖାନ୍, ଅଭିନେତ୍ରୀ କାଟି୍ରନା କୈଫ, ହିନା ଖାନ୍ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ୱାଜିଦ୍ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ୱାଜିଦ୍ ଏବଂ ତାଙ୍କ ଭାଇ ସାଜିଦ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ଅଭିନୀତ ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେମାନେ ଆଉ ପଛକୁ ଫେରି ନ ଥିଲେ । ‘ହେଲ୍ଲୋ ବ୍ରଦର’, ‘ତୁମ୍କୋ ନା ଭୁଲ ପାୟେଙ୍ଗେ’, ‘ଗର୍ବ’, ‘ମୁଝ୍ସେ ଶାଦି କରୋଗି’, ‘ପାର୍ଟନର’, ‘ୱାଣ୍ଟେଡ୍’, ‘ଗଡ୍ ତୁସି ଗ୍ରେଟ୍ ହୋ’, ‘ବୀର୍’ ଏବଂ ‘ଦବଙ୍ଗ’ ଭଳି ସଲ୍ମାନଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମରେ ସଙ୍ଗୀତ ନିଦେ୍ର୍ଧଶନା ଦେଇ ଖୁବ୍ ନାଁ କମାଇଥିଲେ ।
Comments are closed, but trackbacks and pingbacks are open.