ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଜିଲ୍ଲାର କରୋନା ସ୍ଥିତି ନିୟନ୍ତ୍ରଣରେ ରହୁନି । ଦିନକୁ ଦିନ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସଂଖ୍ୟା ଏବେ ୧୦ ଛୁଇଁଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି । ଉଦ୍ବେଗଜନକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ।
ଗତ ୧୮ ତାରିଖରେ ବାଲେଶ୍ୱର ସହରର ନୀଳିଆବାଗ ଅଞ୍ଚଳରୁ ଜିଲ୍ଲାରେ ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତଙ୍କ ରିପୋର୍ଟ ଆସିଲା । ଏହି ରିପୋର୍ଟ ଆସିବା ଠିକ୍ ଦିନ ପରେ ଜିଲ୍ଲାରେ ଆଉ ୨ଜଣଙ୍କ ପଜିଟିଭି ରିପୋର୍ଟ ଆସିଲା । ସେମାନଙ୍କ ମଧ୍ୟରୁ ନୀଳଗିରି ଅଞ୍ଚଳର ଜଣେ ଅଢେ଼ଇ ବର୍ଷର ଶିଶୁ ଥିବାବେଳେ ବାଲେଶ୍ୱର ଭାସ୍କରଗଞ୍ଜ ଅଞ୍ଚଳର ଅନ୍ୟ ଜଣେ ଆରପିଏଫ କର୍ମଚାରୀ ଥିଲେ । ଏହାର ଦିନକ ପରେ ପୁନଶ୍ଚ ବାଲେଶ୍ୱରବାସୀଙ୍କୁ ଚମକାଇ ଦେବା ଭଳି ରିପୋର୍ଟ ଆସିଥିଲା । ଜିଲ୍ଲାରେ ଆଉ ନୂଆ ୫ଜଣ କୋଭଡି-୧୯ରେ ଆକ୍ରାନ୍ତ ହୋଇଥିଲେ । ଏହି ଆକାନ୍ତଙ୍କ ଘର ନିଳିଆବାଗ ଅଞ୍ଚଳର । ଜିଲ୍ଲାର ମୋଟ୍ ଆକାନ୍ତଙ୍କ ସଂଖ୍ୟା ୮ ଛୁଇଁଥିଲା । ଏହାର ୪୮ ଘଣ୍ଟା ପର୍ଯ୍ୟନ୍ତ ଆଉ କିଛି ରିପୋର୍ଟ ଆସିନଥିଲା । ଆଶା କରାଯାଉଥିଲା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ମାତ୍ର ଭାବନାକୁ ଭୁଲ ପ୍ରମାଣିତ କରି ଗୁରୁବାର ପୁନଶ୍ଚ ୨ଟି ପଜିଟିଭ ରିପୋର୍ଟ ଆସିଛି । ଏହି ଦୁଇ ଜଣଙ୍କୁ ଲଗାଇ ଜିଲ୍ଲାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦ ଛୁଇଁଛି । ସେମାନଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟଜଣେ ୩୬ ବର୍ଷୀୟ ଯୁବକ । ଏହି ଦୁଇ ଆକ୍ରାନ୍ତ ଜିଲ୍ଲାର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରମାଣ ମିଳିଛି । ସେମାନଙ୍କ ଘର ମଧ୍ୟ ନିଳିଆବାଗ ଅଞ୍ଚଳର । ଜିଲ୍ଲାର ସ୍ଥିତିକୁ ଏବେ ଲକ୍ଷ୍ୟ କଲେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରାଯାଉଛି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ସମର୍ଥନ କରିବା ପାଇଁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷରେ ବୁଧବାର ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଜିଲ୍ଲାକୁ ମୋଟ୍ ୨୦ ହଜାର ୧୪୫ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କେବଳ ବୁଧବାର ୧୦୨ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ସେହିପରି ବୁଧବାର ପର୍ଯ୍ୟନ୍ତ ଭାରତ ବାହାରକୁ ଜିଲ୍ଲାକୁ ଆସିଥିବା ୨୭୦ ଜଣ ପ୍ରବାସୀ ଭାରତୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ବୁଧବାର ଜିଲ୍ଲାର ୮୪ଟି ନମୁନା(ସାମ୍ପଲ) ସଂଗ୍ରହ କରାଯାଇଥିଲା । ଏବେ ସୁଦ୍ଧା ମୋଟ ୯୨୬ଟି ନମୁନା(ସାମ୍ପଲ) ପରୀକ୍ଷା ପାଇଁ ପଠାଯାଇଛି ।
Comments are closed, but trackbacks and pingbacks are open.