ସଞ୍ଜୀବ ପାଣିଗ୍ରାହୀ ହାଇକୋର୍ଟର ନୂଆ ବିଚାରପତି

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି । ତାଙ୍କ ନିଯୁକ୍ତି ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ଅକ୍ଟୋବର ୬ ତାରିଖରେ ସୁପ୍ରିମ୍କୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ପାଣିଗ୍ରାହୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ । ଆଡ୍ଭୋକେଟ୍ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଓଡିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୀବ ପାଣିଗ୍ରାହୀ ବଲାଙ୍ଗୀର ଜିଲ୍ଲା ବାରପୁଡୁଗିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନିମାଇଁ ଚରଣ ପାଣିଗ୍ରାହୀ ଏବଂ ମନ୍ଦାକିନୀ ପାଣିଗ୍ରାହୀଙ୍କ ପୁତ୍ର ସଞ୍ଜୀବ ଗାଁ ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ଖୁଣ୍ଟପାଲି ସରକାରୀ ବିଦ୍ୟାଳୟରେ ହାଇସ୍କୁଲ୍ ଶିକ୍ଷା ଶେଷ କରିଥିଲେ । ରାଜେନ୍ଦ୍ର କଲେଜ୍ରୁ ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବାଙ୍ଗାଲୋରରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ । କିଛି ଦିନ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିବା ପରେ ସେ ସୁପ୍ରିମ୍କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିଲାବେଳେ ଜଣେ ଆଇନ ବିଶାରଦ ଭାବେ ତାଙ୍କ ଅନେକ ଆଲେଖ୍ୟ ବହୁ ଅଗ୍ରଣୀ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons