ସଞ୍ଜୟ ଟାଉନ୍ ଥାନା ନୂଆ ଆଇଆଇସି

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଟାଉନ ଥାନା ଆଇଆଇସି ଭାବେ ଆଜି ସଞ୍ଜୟ କୁମାର ମଣ୍ଡଳ ଯୋଗ ଦେଇଛନ୍ତି । ପୂର୍ବତନ ଆଇଆଇସି ବାଲେଶ୍ୱର ଗିଦ୍ଧିଙ୍କଠାରୁ ସେ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରତିକ୍ରିୟାରେ କହିଛନ୍ତି, ଜୟପୁର ଏକ ବଡ଼ ସହର । ଏଠାରେ କ୍ରାଇମ୍ ହାର ଅଧିକ । ସହରରୁ ଅପରାଧ ଦମନ ଏବଂ ଅସାମାଜିକତତ୍ତ୍ୱଙ୍କୁ ସାବାଡ୍ କରିବା ସହ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ତାଙ୍କ ପ୍ରଥମ କାମ ହେବ । ଜଣେ ପବ୍ଲିକ୍ ଫ୍ରେଣ୍ଡଲି ଅଧିକାରୀଭାବେ ଲୋକଙ୍କ ପାଖରେ ରହିବାକୁ ଚେଷ୍ଟା କରିବେ । ଜନସାଧାରଣ ଯେକୌଣସି ସମୟରେ ତାଙ୍କୁ ଫୋନ୍ କରିବେ ଏବଂ ସହଯୋଗ ଚାହିଁବେ ତୁରନ୍ତ ମିଳିବ । ପୁଲିସକୁ ନିଜର ବନ୍ଧୁ ବୋଲି ଭାବି ଜନସାଧାରଣ ସହଯୋଗର ହାତ ବଢାଇଲେ ଅପରାଧୀ ଦମନ ତ୍ୱରାନ୍ୱିତ ହୋଇପାରିବ ।
ସୂଚନାଥାଉକି, ଶ୍ରୀ ମଣ୍ଡଳଙ୍କ ପୈତୃକ ଘର ନବରଙ୍ଗପୁର ଜିଲ୍ଲାରେ । ୨୦୦୫ ମସିହା ବ୍ୟାଚ୍ର ଏହି ଅଧିକାରୀ ୨୦୧୯ ଫେବ୍ରୁଆରୀରେ କୋରାପୁଟ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ । ପ୍ରଥମେ ତାଙ୍କୁ ଜୟପୁର ସଦର ଥାନା ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଦିନକ ଭିତରେ ତାଙ୍କୁ ପୁଣି ବୋରିଗୁମ୍ମା ଥାନା ଆଇଆଇସି ଭାବେ ବଦଳି କରାଯାଇଥିଲା । ବୋରିଗୁମ୍ମାରେ ଥିବା ବେଳେ ଏକାଧିକ ଡକାୟତି, ଅଜଣା ମର୍ଡର ମାମଲାର ସମାଧାନ ଏବଂ ସାପ୍ତାହିକ ହାଟ ସ୍ଥାନାନ୍ତର କରି ଚର୍ଚ୍ଚାରେ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons