ସଟ୍ଡାଉନ୍ରେ ବାଲେଶ୍ୱର, ଭଦ୍ରକ: ରାସ୍ତାଘାଟ ଖାଁ ଖାଁ

Get real time updates directly on you device, subscribe now.

ବାଲେଶ୍ୱର/ଭଦ୍ରକ, (ବି.ବି.ନୁ୍ୟଜ୍): ଉତ୍ତର ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ ରାଜ୍ୟ ସରକାର ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଗୁରୁବାର ରାତି ୧୦ଟାରୁ ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶୁକ୍ରବାର ସଟ୍ଡାଉନ୍ର ପ୍ରଥମ ଦିନ ହୋଇଥିବାରୁ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ରାତିରେ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥିଲା । ସକାଳୁ ବାଲେଶ୍ୱର ଓ ଭଦ୍ରକ ସହର ଜନଶୂନ୍ୟ ହୋଇଯାଇଥିଲା । ଉଭୟ ସହରର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା । ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ୩ ପ୍ଲାଟୁନ୍ରୁ ଅଧିକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ଭଦ୍ରକରେ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ସେମାନଙ୍କ ମଧ୍ୟରେ ସିଆର୍ପିଏଫ୍, ର୍ୟାପିଡ୍ଆକ୍ସନ ଫୋର୍ସ, ରିଜର୍ଭ ବାଟାଲିୟନ ସାମିଲ ଥିଲେ । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ କିଛି ଅମାନିଆଙ୍କୁ ଦେଖିବାକୁ ମିଳିଥିଲା । ଅମାନିଆମାନଙ୍କ ଉପରେ ପୁଲିସ୍ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ଗ୍ରହଣ କରିଥିଲା ।
ବାଲେଶ୍ୱରରେ ସଟ୍ଡାଉନ୍ର ପ୍ରଥମ ଦିନରେ ସହରବାସୀ ଘରେ ରହିଥିଲେ । ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଥିଲା । ଜିଲ୍ଲାର ସମସ୍ତ ଅଫିସ, ଦୋକାନ, ବ୍ୟବସାୟିକ ପ୍ରତିÂାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ ଅତ୍ୟନ୍ତ ଜରୁରୀ ସେବାକୁ ସଟ୍ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଛି । ହସ୍ପିଟାଲ, ପୁଲିସ, ଅଗ୍ନିଶମ, ଆମ୍ୱୁଲାନ୍ସ, ଜଳ ଯୋଗାଣ, ପରିମଳ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଭଳି ସେବା ସହିତ ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନିତ ନିର୍ଦ୍ଧିଷ୍ଟ କେତେକ ପେଟ୍ରୋଲ ପମ୍ପ, ଔଷଧ ଦୋକାନଗୁଡିକ ଖୋଲା ରହିଥିଲା । ମୋଟ୍ ଉପରେ କହିବାକୁ ଗଲେ ସହର ପ୍ରଥମ ଦିନର ସଟ୍ଡାଉନ୍ ଶାନ୍ତିପୂର୍ଣ୍ଣ ଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସହରବାସୀ ଭରପୂର ସମର୍ଥନ ଦେଇଥିଲେ । କିଛି ଛୋଟମୋଟ ଘଟଣାକୁ ବାଦ୍ ଦେଲେ ସବୁଠି ସହରବାବସୀ ପୁଲିସ୍କୁ ସମର୍ଥନ କରିଥିଲେ । କେଉଁଠି ବି ବଡ଼ ଧରଣର ବିଶୃଙ୍ଖଳା ଦେଖିବାକୁ ମିଳି ନ ଥିବାବେଳେ ବିଭିନ୍ନ ଛକ ଜାଗାରେ ପୁଲିସ୍ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ସଟ୍ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସହରାଞ୍ଚଳ କର୍ତ୍ତୃପକ୍ଷ ନିଜ ନିଜ ଅଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିଦେ୍ର୍ଧଶ ଦେଇଥିଲେ । ଏହି କ୍ରମରେ ସେମାନେ ତାଲିକା ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂରେ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ସଟ୍ଡାଉନ୍କୁ ସମ୍ପୂର୍ଣ୍ଣ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ପ୍ରମୁଖ ସ୍ଥାନମାନଙ୍କରେ ପୁଲିସ୍ ଚେକ୍ପୋଷ୍ଟ କରି ଗାଡ଼ି ମୋଟର ଯାଞ୍ଚ କରିଛି । ପ୍ରମୁଖ ବଜାର ଓ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା । ଏହା ସହ ଗ୍ରାମାଞ୍ଚଳରେ ମଧ୍ୟ ପୁଲିସ୍ ଗାଡ଼ି ଗୁଡ଼ିକ ପଇଁତରା ମାରିବା ସହ ଲୋକେ ଘର ଭିତରେ ରହି ସଟ୍ଡାଉନ୍କୁ ସମର୍ଥନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons