ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ତିନିଦିନିଆ ସଟ୍ଡାଉନ୍ର ରବିବାର ଥିଲା ପ୍ରଥମ ଦିନ । ପାରଳାଖେମୁଣ୍ଡି ସହର, ଗୋଷାଣି ଏବଂ ଗୁମ୍ମା ବ୍ଲକ୍ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହାସହ ସମସ୍ତ ରାସ୍ତାଘାଟ ଦିନ ତମାନ ଶୂନଶୂାନ ରହିଥିଲା । ସହରରେ କେବଳ ସ୍ୱାସ୍ତ୍ୟ ସେବା ଓ କ୍ଷୀର ବିକ୍ରି ଦୋକାନ ଖୋଲି ରହିଥିଲା ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୧୦ଦିନ ମଧ୍ୟରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ପ୍ରତିଶତ ହେଉଛନ୍ତି ପାରଳାଖେମୁଣ୍ଡି ସହର, ଗୋଷାଣି ଏବଂ ଗୁମ୍ମା ବ୍ଲକ୍ର । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହିସବୁ ଅଞ୍ଚଳକୁ ରବିବାର ଠାରୁ ୩ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ତେବେ ଜିଲ୍ଲାର ଅନ୍ୟ ୫ଟି ବ୍ଲକ୍ ଏଥିରୁ ମୁକ୍ତ ରହିଛି । ସଟ୍ଡାଉନ୍ର ଆଜି ପ୍ରଥମ ଦିନ ହୋଇଥିବା ବେଳେ କଟକଣା ଥିବା ଅଞ୍ଚଳରେ ସମସ୍ତ ଦୋକୋନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । କେବଳ ସରକାରୀ କାର୍ଯ୍ୟାଳୟକୁ ବାଦ୍ଦେଲେ ଅନ୍ୟ ସମସ୍ତ ଅନୁÂାନ ଓ ପ୍ରତିÂାନ ମଧ୍ୟ ବନ୍ଦ ରହିଥିଲା । ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଆସିନଥିଲେ । ଫଳରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିଲା । କେତେକ ଅମାନିଆ ରାସ୍ତାରେ ଯାତାୟତ କରିବା ସହ ବିଭିନ୍ନ ଛକରେ ଗହଳି ଜମାଇଥିଲେ । ତେବେ ପୁଲିସ ପହଞ୍ଚô ସେମାନଙ୍କୁ ଘରକୁ ପଠାଇଥିଲା ।
ସଟ୍ଡାଉନ୍ ଅଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା । ତେବେ କେତେକ ଅମାନିଆଙ୍କୁ ବାଦ୍ଦେଲେ ସାଧାରଣ ଲୋକେ ଏହାକୁ ସମର୍ଥନ ଜଣାଇ ଘରୁ ବାହାରକୁ ଆସିନାହାନ୍ତି । ତେଣୁ ଆଉ ଦୁଇଦିନ ମଧ୍ୟ ଠିକ୍ ଏଭଳି ସହଯୋଗ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି । ତେବେ ସଟ୍ଡାଉନ୍ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛି । ଏହି ସମୟରେ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେଭଳି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଏବଂ ଗୁମ୍ମା ବ୍ଲକ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ସଟ୍ଡାଉନ ଘୋଷଣା କରିଛି । ସେପରି ପାରଳାଖେମୁଣ୍ଡି ଉପକଣ୍ଠ କାଶୀନଗର ବ୍ଲକ୍ର ରାଣୀପେଣ୍ଠକୁ ମଧ୍ୟ ପ୍ରସାସନ ସଟ୍ଡାଉନ୍ କରିଛି । ଏହି ସବୁ ଅଞ୍ଚଳ ପାରଳାଖେମୁଣ୍ଡି, ସେରଙ୍ଗ, ଗାରାବନ୍ଦ ଏବଂ ଗୁରାଣ୍ଡି ଥାନା ଅଧିନରେ ରହିଛି । ତେଣୁ ଏ ସବୁ ଥାନାରେ ଅଧିକ ଫୋର୍ସ ନିୟୋଜିତ କରାଯାଇ, ଏହାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ପ୍ରୟାସ କରାଯାଉଥିବା ଗଜପତି ଏସ୍ପି ସାରା ଶର୍ମା କହିଛନ୍ତି । ଅନ୍ୟପକ୍ଷେ ଜିଲ୍ଲାର ଅଧିକାଂଶ ଲୋକ ପ୍ରଶାସନର ନିସ୍ପତିକୁ ସମ୍ମାନ ଜଣାଇ ସହଯୋଗ କରିଥିବା ଏସ୍ପି କହିଛନ୍ତି । ସେପରି ସଟ୍ଡାଉନ୍ ସମୟରେ ସ୍ୱାସ୍ଥ୍ୟ ବିଭାଗର ୪୦ଟି ଟିମ୍ ପ୍ରତ୍ୟେକ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଜିଲ୍ଲାପାଳ କହିଛନ୍ତି ।
Comments are closed, but trackbacks and pingbacks are open.