ସଟ୍ ଡାଉନ ହୋଇପାରେ ବାଲେଶ୍ୱର!

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ସହରରେ ୨ କୋଭିଡ୍-୧୯ ଆକ୍ରାନ୍ତ ବାହାରିବା ପରେ ସହରବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ପରିସ୍ଥିତି ଏମିତି ହୋଇଛି ଲୋକେ ଅନିଶ୍ଚିତତା ମଧ୍ୟରେ ସମୟ ବିତାଉଛନ୍ତି । ଆଗାମୀ ଦିନରେ ସହରରେ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସହରକୁ ସଟ୍ ଡାଉନ୍ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଚାର ବିମର୍ଷ ଚାଲୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।
ବାଲେଶ୍ୱର ସହରରେ ୨ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଲୋକ ହୋଇଥିବା ବେଳେ ଆଉ କିଛି ଅସ୍ଥାୟୀ ଭାବେ ଦୀର୍ଘ ଦିନ ହେବ ବସବାସ କରୁଛନ୍ତି । ସେମାନେ ପ୍ରାୟତଃ ପଡେ଼ାଶୀ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରୁ ଆସିଥା’ନ୍ତି । ଯେଉଁମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିୟମକୁ ଭଙ୍ଗ କରି ଅବାଧ ଚଳପ୍ରଚଳ କରୁଛନ୍ତିି, ଯଦିଓ ସେମାନଙ୍କ ମଧ୍ୟରୁ କାହାରି ଏଯାଏଁ ପଜିଟିଭ ରିପୋର୍ଟ ଆସିନି । ମାତ୍ର ଆଗାମୀ ଦିନରେ ସେମାନଙ୍କ ରିପୋର୍ଟ ଆସିବା ଏକ ପ୍ରକାର ନିଶ୍ଚିତ । ସେମାନଙ୍କ ଦ୍ୱାରା କରୋନା ବ୍ୟାପୁଥିବା ସହେନ୍ଦ କରାଯାଉଛି ।
ସହରର ନେଳିଆବାଗ୍, ଭାସ୍କରଗଞ୍ଜ ଅଞ୍ଚଳରୁ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଏହି ଦୁଇ ରୋଗୀ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, କେଉଁ କେଉଁ ଅଞ୍ଚଳକୁ ଯାଇଛନ୍ତି, ତାହା ବାହାର କରିବା ଏବେ ଜିଲ୍ଲା ପ୍ରଶାସନ ପାଇଁ କାଠିକାର ପାଠ ପାଲଟିଛି । ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗର କରୋନା ସ୍ଥିତି ଅଧିକ ଗମ୍ଭୀର । ବାଲେଶ୍ୱର ସହରର ଏକ ତୃତୀୟାଂଶ ଲୋକ ବିଭିନ୍ନ କାମରେ କୋଲକାତା ଉପରେ ନିର୍ଭର କରନ୍ତି । ଲକ୍ଡାଉନ୍ ସତ୍ୱେ କୋଲକାତା-ପଶ୍ଚିମବଙ୍ଗ ସୀମାରେ ପୁଲିସ୍ର କୋହଳ ଯାଞ୍ଚ ଯୋଗୁଁ ଶହଶହ ଲୋକ ଅବାଧରେ କଲିକତାରୁ ଫେରି ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ରହିଛନ୍ତି । ସେମାନେ ମଧ୍ୟ ଏହି ରୋଗର ବାହକ ହୋଇପାରନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଦିନ ସହରକୁ ସଟ୍ ଡାଉନ୍ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଚାର କରୁଥିବା ଜଣେ ଉଚ୍ଚପଦସ୍ଥ କର୍ମଚାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons