ଜଗନ୍ନାଥପ୍ରସାଦ: କାଦୁଆ ଗ୍ରାମପଞ୍ଚାୟତ ଅଧୀନ ନରେନ୍ଦ୍ରପୁରରେ ୩ ବଖରା ଘର ଜଳିଯାଇଛି । ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଇନ୍ଦ୍ରମଣି ଗୌଡ଼, ଚରଣ ଗୌଡ଼ ଓ ବାହାନ ଗୌଡ଼ଙ୍କ ଧାନ, ଚାଉଳ, ଲୁଗା ପଟା ସହ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଜଗନ୍ନାଥପ୍ରସାଦ ଦମକଳ ବାହିନୀ ନିଅାଁକୁ ଆୟତ୍ତ କରିଛନ୍ତି । ରାଜସ୍ୱ ନିରୀକ୍ଷକ ମନୋଜ ମଲିକ ଓ ସରପଞ୍ଚ ବିଚିତ୍ର ନାୟକ ପହଞ୍ଚି କ୍ଷୟ କ୍ଷତି ଆକଳନ କରିଥିଲେ । ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.