ବଲାଙ୍ଗିର: ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଉଥିଲେ ପତି ଓ ପତ୍ନୀ। ହେଲେ ଅଧା ବାଟରେ ସେମାନଙ୍କୁ ଟାଣିନେଲା ମୃତ୍ୟୁର ଶିକୁଳି। ହାତ ଧରାଧରି ହୋଇ ଚାଲିଗଲେ ପତି-ପତ୍ନୀ। ଆଜି ଏମିତି ହୃଦୟବିଦାରକ ଘଟଣା ବଲାଙ୍ଗିର-ସୋନପୁର ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି।ଟିଟିଲାଗଡରେ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଆଜି ସକାଳେ ସୋନପୁର ଜିଲ୍ଲା ନୂଆପଡାର ଖଗେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଗାୟତ୍ରୀ ଏକ ବାଇକରେ ଯାଉଥିଲେ। ସୋନପୁର-ବଲାଙ୍ଗିର ରାସ୍ତାର ଅର୍ଜୁଣ୍ଡା-ଭଦ୍ରାପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଲରେ ଗାୟତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.