ସତ୍ୟଜିତ ମହାନ୍ତି ହେଲେ ଅଗ୍ନିଶମ ଡିଜି, ବାଲେଶ୍ୱରରେ ନୂଆ ଏସ୍ପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅଗ୍ନିଶମ ଡିଜି ଆଇପିଏସ୍ ସୁନୀଲ ରୟଙ୍କ ଅବସର ଯୋଗୁ ଆଇପିଏସ୍ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ତଥା ୧୯୮୮ ବାଚ୍ ଆଇପିଏସ୍ ସତ୍ୟଜିତ ମହାନ୍ତି ଅଗ୍ନିଶମ ସେବା , ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ହୋମଗାଡ଼୍ କମାଣ୍ଡାଣ୍ଟ ଜେନେରାଲ ଓ ଓଡ଼ିଶା ସିଭିଲ ଡିଫେନ୍ସ ନିଦେ୍ର୍ଧଶକ ଦାୟିତ୍ୱରେ ମଧ୍ୟ ରହିବେ । ସେହିପରି ବାଲେଶ୍ୱର ଜିଲ୍ଲା ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲେଶ୍ୱର ଏସ୍ପି ଯୁଗଳ କିଶୋର ବନୋଥ୍ଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ କ୍ରାଇମ୍ବ୍ରାଞ୍ଚର ଏସ୍ପି ଭାବେ କାର୍ଯ୍ୟ କରୁଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି । ଯୁଗଳ କିଶୋରଙ୍କୁ କଟକ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ତୁରନ୍ତ ଦାୟିତ୍ୱ ନେବାକୁ ସରକାର ଉଭୟଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କ୍ରାଇମ୍ବ୍ରାଞ୍ଚର ଏସ୍ପି ଭାବେ କାହାକୁ ନିଯୁକ୍ତି ମିଳି ନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons