ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ ଷ୍ଟଲକୁ କେହି ଯାଇଥିଲେ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ

Get real time updates directly on you device, subscribe now.

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ ଷ୍ଟଲ ପାଇଁ ଛନକା। ଉକ୍ତ ଓମ୍ଫେଡ଼ ଷ୍ଟଲକୁ କେହି ଯାଇଥିଲେ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ। କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ। ତେଣୁ କେହି ସେଠାକୁ ଯାଇଥିଲେ ୧୦୪କୁ ଫୋନ୍ କରି କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ନିବେଦନ କଲା ବିଏମ ସି। ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲା ବିଏମସି।ସୂଚନା ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବମିଖାଲ୍‌ରେ ‘କରୋନା’ ଆକ୍ରାନ୍ତଙ୍କ ୧୮ ଜଣଙ୍କ ଭିତରୁ ୪ ଜଣ ସତ୍ୟନଗରରେ ଥିବା ଆଜି ସ୍ପଷ୍ଟ ହୋଇଛି। ସେଥିପାଇଁ ସତ୍ୟନଗରକୁ ଆଜି ବିଏମ୍‌ସି ସିଲ୍‌ କରି ସାନିଟାଇଜ୍‌ କରାଯାଉଛି।
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ଭୁବନେଶ୍ୱରରେ। ସେମାନଙ୍କ ଭିତରୁ ବମିଖାଲ୍‌ରେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ସେହି ୧୮ ଜଣଙ୍କ ମଧ୍ୟରୁ ୪ ଜଣ ସତ୍ୟାନଗରରେ ଥିବା ସ୍ପଷ୍ଟ କରିଛନ୍ତି ବିଏମ୍‌ସି କମିଶନର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons